ETV Bharat / state

ଚମ୍ପୁଆ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର ଓ ଗାର୍ଡଙ୍କ ପରେ ନିଲମ୍ବିତ ହେଲେ ରେଞ୍ଜର

ଚମ୍ପୁଆ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଗାର୍ଡଙ୍କ ନିଲମ୍ବନ ପରେ ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ବ୍ରମଙ୍କୁ ସସପେଣ୍ଡ କରାଯାଇଛି ।

ଚମ୍ପୁଆ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର ଓ ଗାର୍ଡଙ୍କ ପରେ ନିଲମ୍ବିତ ହେଲେ ରେଞ୍ଜର
ଚମ୍ପୁଆ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର ଓ ଗାର୍ଡଙ୍କ ପରେ ନିଲମ୍ବିତ ହେଲେ ରେଞ୍ଜର
author img

By

Published : Jun 24, 2020, 1:10 PM IST

କେନ୍ଦୁଝର: ଚମ୍ପୁଆ ରେଞ୍ଜ ଗୁରୁବେଡା ଜଙ୍ଗଲରେ 2 ହାତୀ ମୃତ୍ୟୁ ଘଟଣା । ପ୍ରଥମେ ଫରେଷ୍ଟର ଓ ଗାର୍ଡଙ୍କୁ ନିଲମ୍ବନ କରିବା ପରେ ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ବ୍ରମଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଚମ୍ପୁଆ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର ଓ ଗାର୍ଡଙ୍କ ପରେ ନିଲମ୍ବିତ ହେଲେ ରେଞ୍ଜର
ଚମ୍ପୁଆ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର ଓ ଗାର୍ଡଙ୍କ ପରେ ନିଲମ୍ବିତ ହେଲେ ରେଞ୍ଜର

ନିଲମ୍ବନ ପରେ ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଘାସିରାମ ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ଘଟଣାରେ ପୂର୍ବରୁ ଯୋଡ଼ା ସେକ୍ସନର ଫରେଷ୍ଟର, ପିଅନ ନାଏକ ଓ ଜୁରୁଡ଼ି ବିଟର ଗାର୍ଡ, ଦୋଳ ଗୋବିନ୍ଦ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହି ୨ ହାତୀଙ୍କୁ ବିଦ୍ୟୁତ ତାର ବିଛାଇ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ । କିନ୍ତୁ ୧୦ ଦିନ ପରେ ବି ମିଳିପାରିଲା ନାହିଁ ହାତୀଦାନ୍ତ । ହାତୀଦାନ୍ତ କିଏ ନେଲା, ସେ ନେଇ ଏବେବି ଖିଅ ଖୋଜୁଛି ବନବିଭାଗ । ଗତ ୧୪ ତାରିଖ ରାତିରେ ଯୋଡ଼ା ସେକ୍ସନର ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲ ଗୁରୁବେଡ଼ାରେ ୨ହାତୀଙ୍କୁ ବିଦ୍ୟୁତ ତାର ବିଛାଇ ହତ୍ୟା କରାଯିବା ସହ ଦନ୍ତା ହାତୀର ଦାନ୍ତ ନେଇଯାଇଥିଲେ ଦୁବୃର୍ତ୍ତ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.