ETV Bharat / state

କେନ୍ଦୁଝର ଷ୍ଟ୍ରଙ୍ଗରୁମ ଘଟଣା: ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ - ନିର୍ବାଚନ 2019

କେନ୍ଦୁଝରର ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ କାର୍ଯ୍ୟରତ ପ୍ରିନ୍ସିପାଲଙ୍କ ସମ୍ପର୍କୀୟ ଏଠାକୁ ବୁଲିବା ପାଇଁ ଆସିଥିଲେ । ସେ ଏହି ସଂସ୍ଥା ଦ୍ବାରା ପରିଚାଳିତ ଗେଷ୍ଟ ହାଉସରେ ରହୁଥିଲେ । ଯେଉଁଠାରେ ଷ୍ଟ୍ରଙ୍ଗରୁମ ହୋଇଛି  ସେଠାରେ କେହି ପ୍ରବେଶ କରିପାରିବେ ନାହିଁ । ଏହାକୁ ନେଇ କୌଣସି ରାଜନୈତିକ ଦଳର କୌଣସି ପ୍ରକାର ସନ୍ଦେହ ରହିବା ଉଚିତ ନୁହେଁ ।

ପ୍ରତୀକାତ୍ମକ ଫଟୋ
author img

By

Published : Apr 27, 2019, 3:48 PM IST

ଭୁବନେଶ୍ବର: କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମ ନିକଟରୁ ଜଣେ ସଦିଗ୍ଧ ବ୍ୟକ୍ତି ବିଜେପି କର୍ମୀଙ୍କ ଦ୍ବାରା ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଷ୍ଟ୍ରଙ୍ଗରୁମ ସୁରକ୍ଷାକୁ ନେଇ ଶନିବାର ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରତିକ୍ରିୟା ରଖିଛନ୍ତି ।

ଏନେଇ ସେ କହିଛନ୍ତି ଘଟଣା ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ଅବଗତ ଅଛନ୍ତି । ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ କୌଣସି ପ୍ରକାରର ସନ୍ଦେହ ନାହିଁ । କାରଣ ଏହାର ସୁରକ୍ଷା ଦାୟିତ୍ବରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନ ନିୟୋଜିତ ହୋଇଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ଭୁବନେଶ୍ବର

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦୁଝରର ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ କାର୍ଯ୍ୟରତ ପ୍ରିନ୍ସିପାଲଙ୍କ ସମ୍ପର୍କୀୟ ଏଠାକୁ ବୁଲିବା ପାଇଁ ଆସିଥିଲେ । ସେ ଏହି ସଂସ୍ଥା ଦ୍ବାରା ପରିଚାଳିତ ଗେଷ୍ଟ ହାଉସରେ ରହୁଥିଲେ। ଯେଉଁଠାରେ ଷ୍ଟ୍ରଙ୍ଗରୁମ ହୋଇଛି ସେଠାରେ କେହି ପ୍ରବେଶ କରିପାରିବେ ନାହିଁ । ଏହାକୁ ନେଇ କୌଣସି ରାଜନୈତିକ ଦଳର କୌଣସି ପ୍ରକାର ସନ୍ଦେହ ରହିବା ଉଚିତ ନୁହେଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.