ETV Bharat / state

କେନ୍ଦୁଝରରେ STF ଓ ପୋଲିସ ଉପରକୁ ଗୁଳିମାଡ, ଦୁଇ ଗିରଫ

author img

By

Published : Dec 7, 2022, 12:52 PM IST

କେନ୍ଦୁଝରରେ STF ଉପରକୁ ଫାୟାରିଂ କରି ଗୋରୁଗାଡ଼ି ଛଡ଼ାଇ ନେଲେ ମାଫିଆ । ୧୦ରୁ ୧୫ ରାଉଣ୍ଡ ଗୁଳିମାଡ଼ କରି ଗୋଚାଲାଣକାରୀ ଖସିଗଲେ । ଆତ୍ମରକ୍ଷା ପାଇଁ STF ପାଲଟା ଗୁଳି କରିଥିବା ସୂଚନା । ଅଧିକ ପଢନ୍ତୁ

କେନ୍ଦୁଝରରେ ଏସଟିଏଫ୍ ଓ ପୋଲିସ ଉପରକୁ ଗୁଳିମାଡ

କେନ୍ଦୁଝର: ଏସଟିଏଫ୍ ଓ ପୋଲିସ ଉପରକୁ ଗୁଳିମାଡ(Open Firing On STF Team and Police in Keonjhar) । ଫାୟାରିଂ କରି ଛଡାଇ ନେଲେ ଗୋରୁଗାଡି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଜୁଡ଼ିଆ ବାଇପାସ ନିକଟରେ ।

ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ଟି କଣ୍ଟେନରରେ ଗୋଚାଲାଣ ହେଉଥିବା ଏସଟିଏଫ୍‌ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଏସଟିଏଫର ଏକ ୧୫ ଜଣିଆ ଟିମ ଦେବଗଡ଼ରୁ ଗୋରୁବୋଝେଇ ଗାଡ଼ିକୁ ପିଛା କରିଥିଲା । ଏସଟିଏଫ ଟିମରେ ଜଣେ ଡ଼ିଏସପି ଏବଂ 3 ଜଣ ଇନିସ୍ପପେକ୍ଟରଙ୍କ ସହ 15 ଜଣ ପୋଲିସ ସାମିଲ ଥିଲେ । କେନ୍ଦୁଝର ଜୁଡ଼ିଆଘାଟିରେ ଗୋରୁ ବୋଝେଇ ଗାଡ଼ିକୁ ସଦର ଥାନା ପୋଲିସ ସହାୟତାରେ ଧରିବାକୁ ଚେଷ୍ଟା କରୁଥିବା ବେଳେ ମାଫିଆମାନେ ପୋଲିସ ଏବଂ ଏସଟିଏଫ କର୍ମଚାରୀଙ୍କ ଉପରକୁ ଗୁଳିଚାଳଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Parliament Winter Session: ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୁବ ସାଂସଦଙ୍କୁ ସୁଯୋଗ ଦିଆଯାଉ

ତେବେ ଅନ୍ୟପଟେ କର୍ମଚାରୀମାନେ ମଧ୍ୟ ନିଜକୁ ସୁରକ୍ଷା କରିବା ପାଇଁ ପାଲଟା ଗୁଳିଚାଲଣା କରିଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପରେ ଗୋରୁ ମାଫିଆମାନେ ଟୋଲଗେଟ୍ ବାରିକେଡ୍ ଭାଙ୍ଗି ୩ଟି ଗୋରୁ ବୋଝେଇ କଣ୍ଟେନରଙ୍କୁ ନେଇ ଚମ୍ପଟ ମାରିଥିଲେ । ଅନ୍ୟ ୨ଟି ଗୋରୁ ବୋଝେଇ କଣ୍ଟେନରକୁ ପୋଲିସ ଓ ଏସ୍‌ଟିଏଫ୍‌ କର୍ମଚାରୀ ଜବତ କରିଥିଲେ । କେନ୍ଦୁଝର ଥାନା ପୋଲିସ ଗୋରୁ ବୋଝେଇ ଗାଡ଼ିର ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗୋରୁ ଚାଲାଣ ସମୟରେ କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି,ଟାଉନ, ସଦର, ତୁରୁମୁଙ୍ଗା ସହ ଅନ୍ୟାନ୍ୟ ବହୁ ଥାନା ପଡୁଥିବା ସତ୍ତ୍ୱେ ଗୋରୁ ବେପାରୀମାନେ କିପରି ପୋଲିସ ଆଖିରେ ଧୂଳି ଦେଇ ବେଆଇନ ଗୋରୁ ଚାଲାଣ କରିପାରୁଛନ୍ତି ସେନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.