କେନ୍ଦୁଝର: ଘଟଗାଁ ଥାନା ଅନ୍ତର୍ଗତ ପିପିଲିଆ ନିକଟରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ । ୨୦ ନମ୍ବର ଜାତୀୟ ରାଜପଥରେ ଏହି ପିକଅପ ଭ୍ୟାନଟି ଖରାପ ହୋଇ ଛିଡା ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏଥିରେ ଗୋରୁ ବୋଝେଇ ହେଇଥିବା ଦେଖିଥିଲେ । ଏନେଇ ସେମାନୋ ଢେଙ୍କିକୋଟ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ ।
ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୫ ଟି ବଳଦ ଓ ଗୋଟିଏ ଗାଈକୁ ସ୍ଥାନୀୟ ସରପଞ୍ଚଙ୍କ ଜିମା ଦେଇଥିଲେ । ପରେ ଗୋରୁ ବୋଝେଇ ଗାଡିକୁ ପୋଲିସ ଜବତ କରିଥିଲା । ତେବେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ