ETV Bharat / state

ପୌର ଫାଇଟ: କେନ୍ଦୁଝରରେ ୪ ପୌରପାଳିକା ଓ ୧ ଏନଏସି ପାଇଁ ପ୍ରଚାର ଜୋରଦାର

ପାଖେଇ ଆସୁଛି ପୌର ନିର୍ବାଚନ । ଗଡ ହାତେଇବାକୁ ବିଭିନ୍ନ ଦଳ ନିଜର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ତେବେ କେନ୍ଦୁଝର ଜିଲ୍ଲାରେ ଚାରୋଟି ପୌରପାଳିକା ଓ ଗୋଟିଏ ଏନଏସି ପାଇଁ ନିର୍ଵାଚନ ସରଗରମ । ଅଧିକ ପଢନ୍ତୁ

author img

By

Published : Mar 16, 2022, 9:13 PM IST

ପୌର ଫାଇଟ: ବିରୋଧି ଦଳ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଦ୍ଦା କରିଥିବା ବେଳେ ବିଜେଡିକୁ ସାହା ବିକାଶ ମୁଦ୍ଦା

କେନ୍ଦୁଝର: ପୌର ନିର୍ଵାଚନ ପାଖେଇ ଆସିଲା ବେଳକୁ ସମସ୍ତ ପୌରପାଳିକାରେ ମାହୋଲ ସରଗରମ ହେଲାଣି । ସମସ୍ତ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରି କରିବା ସହ ପଥପ୍ରାନ୍ତ ସଭା ଆୟୋଜନ କରୁଛନ୍ତି । ଏଥିରେ ପ୍ରାର୍ଥୀ ଜିତିବା ପାଇଁ ଭୋଟ ଭିକ୍ଷା କରିବା ସହ ଜିତିଲେ କଣ କାର୍ଯ୍ୟ କରିବେ, ସେନେଇ ଭୋଟରଙ୍କୁ ବୁଝାଉଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରେ ଚାରୋଟି ପୌରପାଳିକା ଓ ଗୋଟିଏ ଏନଏସିରେ ମଧ୍ୟ ନିର୍ଵାଚନ ସରଗରମ ଧରିଲାଣି ।

ଏନେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ବିଜେପି ଓ କଂଗ୍ରେସ ପୋୖରପାଳିକା ଗୁଡିକରେ ଅତୀତରେ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାରକୁ ମୁଦ୍ଦା କରିଛନ୍ତି । ଏହାସହ ଡ୍ରେନେଜ, ପିଇବା ପାଣି ସମସ୍ୟା, ଅସମ୍ପୂର୍ଣ୍ଣ ରାସ୍ତା ଆଦି ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ବିରୋଧୀକୁ କାଉଣ୍ଟର କରିବାକୁ ଯାଇ ଶାସକ ବିଜେଡି ରାଜ୍ୟ ସରକାର ପୋୖରପାଳିକାରେ କରିଥିବା ବିକାଶ କାର୍ଯ୍ୟକୁ ଆୟୁଧ କରିଛି । ପଞ୍ଚାୟତ ନିର୍ଵାଚନରେ ବିଜୟ ଭଳି ପୌର ନିର୍ବାଚନରେ ମଧ୍ୟ ବାଜିମାତ କରିବା ନେଇ ଆଶା ରଖିଛି ବିଜେଡି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.