ETV Bharat / state

ବଡବିଲରେ CAA ତାତି:ବିକ୍ଷୋଭ ପ୍ରଦର୍ଶନ କଲେ ମୁସଲିମ ସମ୍ପ୍ରଦାୟ

ସିଏଏ ଓ ଏନଆରସିକୁ ବିରୋଧ । ପ୍ରତିବାଦରେ ସିପିଆଇ, ଏଆଇଏସଏଫ୍ ଓ ମୁସଲିମ୍ ସମ୍ପ୍ରଦାୟର ରାଲି ଓ ବିକ୍ଷୋଭ ।

CAA protest in Keonjhar Badbil area
ବଡବିଲରେ CAA ତାତି
author img

By

Published : Dec 22, 2019, 12:53 AM IST

କେନ୍ଦୁଝର:ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ବଡବିଲରେ ଦେଖିବାକୁ ମିଳିଛି । ସିପିଆଇ, ଏଆଇଏସଏଫ ଓ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ଆଇନକୁ ତ୍ରୀବ ବିରୋଧ କରାଯାଇଛି । ଏଥିସହ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି)କୁ ବିରୋଧ କରିଛନ୍ତି ପ୍ରଦର୍ଶନକାରୀ । ସିପିଆଇ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଡବିଲ ମେନ ରୋଡ ସ୍ଥିତ ମସଜିଦ ନିକଟରେ, ଶହଶହ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଲୋକେ ରାଲିରେ ଯୋଗ ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲେ । ସେଠାରେ ସିପିଆଇ ନେତା ଓ ମୁସଲିମ ନେତାମାନେ ଭିଡକୁ ସମ୍ବୋଧନ କରିଥିଲେ ।

ବଡବିଲରେ CAA ତାତି

ନାଗରିକତା ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ ଓ ଏହା ଧର୍ମକୁ ନେଇ ପାତର ଅନ୍ତର କରୁଥିବାର ଅଭିଯୋଗ କରିଥିଲେ ପ୍ରଦର୍ଶନକାରୀ । ସେହିପରି ଜାତୀୟ ନାଗରିକତା ପଞ୍ଜୀକରଣକୁ କଦାପି ଲାଗୁ କରିବାକୁ ଦିଆଯିବ ନାହିଁ ହୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ପ୍ରଦର୍ଶନକାରୀ । ଶେଷରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ଦାବି ସମ୍ବଳିତ ସ୍ମାରକ ପତ୍ର ବଡବିଲ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭା ଭାରତ

Intro:ସିଏଏ ଓ ଏନଆରସିକୁ ବିରୋଧ, ପ୍ରତିବାଦରେ ସିପିଆଇ, ଏଆଇଏସଏଫ୍ ଓ ମୁସଲିମ୍ ସଂପ୍ରଦାୟର ରାଲି ଓ ବିକ୍ଷୋଭ ।Body:ଆଙ୍କର- ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ବଡ଼ବିଲରେ ମଧ୍ୟ ଦେଖିବାକୁ ମିଳିଛି । ସିପିଆଇ, ଏଆଇଏସଏଫ୍ ଓ ମୁସଲିମ୍ ସଂପ୍ରଦାୟ ପକ୍ଷରୁ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଛି । ଏଥି ସହ ଜାତୀୟ ନାଗରିକତା ପଞ୍ଜିକରଣ (ଏନଆରସି)କୁ ବିରୋଧ କରିଛନ୍ତି ପ୍ରଦର୍ଶନକାରୀ । ଆଜି ବଡ଼ବିଲ ସିପିଆଇ କାର୍ଯ୍ୟାଳୟ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଏଥିରେ ସିପିଆଇ ଓ ଏଆଇଏସଫର କର୍ମୀ ସାମିଲ ହୋଇଥିଲେ । ତେବେ ବଡ଼ବିଲ ମେନରୋଡ୍ ସ୍ଥିତ ମସଜିଦ୍ ନିକଟରେ, ଶହଶହ ସଂଖ୍ୟାରେ ମୁସଲିମ ସଂପ୍ରଦାୟର ଲୋକେ ରାଲିରେ ଯୋଗଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ସିପିଆଇ ନେତା ଓ ମୁସଲିମ ନେତାମାନେ ଭିଡ଼କୁ ସମ୍ବୋଧନ କରିଥିଲେ । ନାଗରିକତା ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ ଓ ଏହା ଧର୍ମକୁ ନେଇ ପାତର ଅନ୍ତର ନୀତିକୁ ଉଜାଗର କରୁଥିବା ଅଭିଯୋଗ କରିଥିଲେ ପଦର୍ଶନକାରୀ । ସେହିପରି ଜାତୀୟ ନାଗରିକତା ପଞ୍ଜିକରଣକୁ କସ୍ମିନ କାଳେ ଲାଗୁ କରିବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଏଥିସହ ମୋଦି ଓ ସାହା ବିରୋଧି ସ୍ଲୋଗାନ ଦେଇଥିଲେ ପ୍ରଦର୍ଶନକାରୀ । ଶେଷରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ଦାବି ସମ୍ବଳିତ ସ୍ମାରକ ପତ୍ର ବଡ଼ବିଲ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

ବାଇଟ୍ – ମୁଫତି ମହମ୍ମଦ ଜାହିଦ୍ - ସଂପାଦକ, ଜମେତେ ଉଲମାହିନ୍(କେନ୍ଦୁଝର ଜିଲ୍ଲା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.