ETV Bharat / state

Breast Feeding Week: କର୍ମଜୀବୀ ମହିଳାଙ୍କୁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଗୁରୁତ୍ବ

କେନ୍ଦୁଝର ମେଡ଼ିକାଲ ଆସୋସିଏସନ ଆନୁକୂଲ୍ୟରେ ଚଳିତ ବର୍ଷ କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ କରାଇବାର ଅନୁକୂଳ ପରିବେଶ ସୃଷ୍ଟି ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : Aug 6, 2023, 11:59 AM IST

breast feeding week
breast feeding week
breast feeding week

କେନ୍ଦୁଝର: ଶିଶୁ ପାଇଁ ମାଆ କ୍ଷୀରର ବହୁଳ ଆବଶ୍ୟକତା ରହିଛି । ମାଆ କ୍ଷୀରର ଗୁରୁତ୍ବ, ଆବଶ୍ୟକତା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ ହୁଏ । ଏହି ସ୍ତନ୍ୟପାନ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଭାସମିତି ମାନ ଆୟୋଜନ କରାଯାଉଛି । ତେବେ ଚଳିତ ବର୍ଷ କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ କରାଇବାର ଅନୁକୂଳ ପରିବେଶ ସୃଷ୍ଟି ବିଷୟ ଉପରେ କେନ୍ଦୁଝର ଜିଲ୍ଲା ଧରଣୀଧର ମେଡ଼ିକାଲ କଲେଜରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅନୁଯାୟୀ, ଏକ ସର୍ଭେ ଅନୁସାରେ ଦେଖାଦେଇଛି ଯେ ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ମାଆର କ୍ଷୀର ଶିଶୁ ପାଇଁ ସର୍ବୋକୃଷ୍ଟ ଔଷଧ ଭାବେ ଗ୍ରହଣ କରାଯାଇଛି । କିନ୍ତୁ ସମ୍ପ୍ରତି ପରିସ୍ଥିତିରେ ବହୁ ସମୟରେ ଶିଶୁ ଜନ୍ମ ପରେ ମାଆର କ୍ଷୀର ଶିଶୁ ମାନଙ୍କୁ ମିଳି ପାରୁନାହିଁ । ଆଜିର ବହୁ ମହିଳା ନିଜର ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେଉଥିବାରୁ ସ୍ତନ୍ୟପାନକୁ ପ୍ରଧାନ୍ୟ ଦେଉନାହାନ୍ତି । ଏଭଳି ସ୍ଥଳେ ଶିଶୁ ପୋଷଣର ଶିକାର ହେବା ସହ ବହୁ ରୋଗବ୍ୟାଧିର ଶିକାର ହେଉଛି ।

ସେହପରି ଏହା ସହ ଆହୁରି ମଧ୍ୟ ବହୁ କାରଣ ରହୁଛି ଶିଶୁମାନଙ୍କୁ ମାତୃ ସ୍ତନ୍ୟପାନରୁ ବଞ୍ଚିତ ହେବା ପାଇଁ । ବର୍ତ୍ତମାନ ବହୁ ମହିଳା କର୍ମଜୀବୀ । ସେମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସେଭଳି ଶିଶୁ ମାନଙ୍କୁ ସ୍ତନ୍ୟପାନ ନେଇ ସୁବିଧା ସୁଯୋଗ ମିଳୁ ନାହିଁ । ଏହା ଫଳରେ ଅନେକ ମାଆମାନେ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରେଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଘରେ ବୋତଲ ଦୁଗ୍ଧ ଦେବାରେ ଅଭ୍ୟସ୍ତ ହେଉଛନ୍ତି । ତେଣୁ ଏହି କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ ରହୁଛି ।

ଏହା ମଧ୍ୟ ପଢନ୍ତୁ- ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ସ୍ତନ୍ୟପାନ ଗୁରୁତ୍ବପୂର୍ଣ୍ଣ, ସ୍ଥାପନ ହେବ ସ୍ତନ୍ୟପାନ କେନ୍ଦ୍ର

ଅନ୍ୟପଟେ ଏହି ଆଲୋଚନା ଚକ୍ରରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ କିଶୋର ଚନ୍ଦ୍ର ପୃଷ୍ଟି ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ସଚେତନତା ଅଭିଯାନ ଦ୍ୱାରା ଏଭଳି କାର୍ଯ୍ୟ ସମ୍ଭବ ବୋଲି ପ୍ରକାଶ କରିଥିଲେ । ଗତକାଲିର ଏହି ଆଲୋଚନାଚକ୍ରରେ ମେଡ଼ିକାଲ କଲେଜ ପ୍ରିନ୍ସିପାଲ ଡ଼ ଚିନ୍ମୟୀ ମହାପାତ୍ର, ଆଇଏମଏ ସଭାପତି ଡ଼ ଉମେଶ ସାହୁ ,ଡ଼ ସୁରେନ୍ଦ୍ର ସୋରେନ, କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁଙ୍କ ସହ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ମେଡିକାଲ କଲେଜ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.