ETV Bharat / state

ପଶ୍ଚିମବଙ୍ଗରେ ବିଏମଏସ ପ୍ରଭାରୀଙ୍କୁ ଆକ୍ରମଣ, ପ୍ରତିବାଦରେ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି - keonjhar news

ପଶ୍ଚିମବଙ୍ଗରେ ବିଏମଏସ ପ୍ରଭାରୀଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ ଆଜି କେନ୍ଦୁଝର ବିଏମଏସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବିଏମଏସ ପ୍ରଭାରୀଙ୍କୁ ଆକ୍ରମଣ, ପ୍ରତିବାଦରେ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି

author img

By

Published : Nov 3, 2020, 4:49 PM IST

କେନ୍ଦୁଝର: ପଶ୍ଚିମବଙ୍ଗରେ ଭାରତୀୟ ମଜଦୂର ସଂଘ(ବିଏମଏସ) ପ୍ରଭାରୀଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ ଆଜି କେନ୍ଦୁଝର ବିଏମଏସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଇସ୍ତଫା ଦାବି କରିଛନ୍ତି ।

ପଶ୍ଚିମବଙ୍ଗରେ ବିଏମଏସ ପ୍ରଭାରୀଙ୍କୁ ଆକ୍ରମଣ, ପ୍ରତିବାଦରେ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି

ସୂଚନାନୁସାରେ, ଅକ୍ଟୋବର 28ରେ ବିଏମଏସ ପକ୍ଷରୁ କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ପଶ୍ଚିମବଙ୍ଗରେ ବିଏମଏସ ପ୍ରଭାରୀଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଯାହାକୁ ପ୍ରତିବାଦ କରି ଆଜି ସଂଘର କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଯଦି ଏପରି ନହୁଏ ତେବେ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ବିଏମଏସ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.