ETV Bharat / state

ଯୋଡ଼ାରେ ସାମ୍ପ୍ରଦାୟିକ ହିଂସା ମାମଲା, ସ୍ଥିତି ପରଖିଲା ବିଜେପି ଟିମ

author img

By

Published : Apr 17, 2022, 8:50 PM IST

ଯୋଡା ଦଙ୍ଗା ଅଞ୍ଚଳ ଅନୁଧ୍ୟାନ କଲା ବିଜେପି ଟିମ୍ । ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନ ସହିତ କଲେ ଆଲୋଚନା । ଅଧିକ ପଢନ୍ତୁ

ଯୋଡ଼ାରେ ସମ୍ପ୍ରଦାୟିକ ହିଂସା ମାମଲା, ସ୍ଥିତି ପରିଖିଲା ବିଜେପି ଟିମ

କେନ୍ଦୁଝର: ଆଜି(ରବିବାର) ବିଜେପି ଏକ ଟିମ ଯୋଡ଼ା ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବଚରଣ ମାଝୀ, ଡ. ବୁଧନ ମୁର୍ମୁ, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ପ୍ରମୁଖ ବିଜେପିର ଏହି ପ୍ରତିନିଧି ଦଳ ଯୋଡ଼ା ଦଙ୍ଗା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ।

ଏହି ପ୍ରତିନିଧି ଦଳ ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତାକାଲି(ସୋମବାର) ଡିଜି ଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ପ୍ରତିନିଧି ଦଳଙ୍କ ପକ୍ଷରୁ କୁହାଯାଇଛି ।

ପ୍ରକାଶ ଯେ, ଗତ ରାମ ନବମୀରେ ହନୁମାନ ଝଣ୍ଡାକୁ ନେଇ ଯୋଡ଼ା ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଦୁଇ ଦିନ ୧୪୪ ଧାରା ଜାରି କରାଯାଇ ଥିବାବେଳେ ଜିଲ୍ଲା ସାରା ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବାବେଳେ ନିର୍ଦ୍ଦୋଷ ଲୋକଙ୍କୁ ପୋଲିସ ଗିରଫଦାରୀକୁ ନେଇ ବିଜେପି ଟିମ ଅସନ୍ତୋଷ ପ୍ରକାଶ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.