ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା, BJPର ବ୍ଲକ ଅଫିସ୍‌ ଘେରାଉ

author img

By

Published : Jul 9, 2021, 7:14 AM IST

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ହୋଇଥିବା ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଝୁମ୍ପୁରା ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା: ବିଜେପିର ବ୍ଲକ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ହୋଇଥିବା ପ୍ରତିବାଦରେ ଗୁରୁବାର କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଝୁମ୍ପୁରା ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଜେପିର ପାଖାପାଖି ୫୦ ଦଳୀୟ କର୍ମୀ ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ଆଗରେ ଏକ‌ ପଥପ୍ରାନ୍ତ ସଭା ମଧ୍ୟ କରିଥିଲେ । ଝୁମ୍ପୁରା ବ୍ଲକରେ କିପରି ଆବାସ ଯୋଜନାରେ ଦୁର୍ନୀତି ହୋଇଛି ତାହା ନେତାମାନେ ମତବ୍ୟକ୍ତ କରିଥିଲେ । ସବୁଠାରୁ ବଡ କଥା ହେଲା ଏହି ବ୍ଲକରେ ଶାସକ ଦଳର ଅନେକ ଅଯୋଗ୍ୟ ହିତାଧିକାଙ୍କୁ ରାଜନୈତିକ ସଂପର୍କ କାରଣରୁ ଆବାସ ଯୋଜନାରେ ସ୍ଥାନ ମିଳିଛି । କିନ୍ତୁ, ଦୁଃଖର ବିଷୟ ଏଥିରୁ ବହୁ ଗରିବ ଯୋଗ୍ୟ ହିତାଧୀକାରୀ ବାଦ ପଡି ଯାଇଛନ୍ତି ବୋଲି ଏହିଭଳି ସାଙ୍ଘାତିକ୍ ଅଭିଯୋଗ ଆଣିଛି ବିଜେପି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.