କେନ୍ଦୁଝର: ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବା ସହ କଂଗ୍ରେସକୁ ସମାଲୋଚନା କରିଛନ୍ତି ।
ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଦ୍ରୌପଦୀଙ୍କୁ ଏନଡିଏ ସହ ବହୁ ଦଳ ସମର୍ଥନରେ ବାହାରିଛନ୍ତି । ଦ୍ରୌପଦୀ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି କଂଗ୍ରେସର ବରିଷ୍ଠ ନେତା ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନିନ୍ଦା କରିଛି ବିଜେପି ।
ଏହା ବି ପଢନ୍ତୁ...Odisha Assembly: ଗୃହରେ ଅଜୟ କୁମାରଙ୍କ ବୟାନ ତାତି, ମୁହାଁମୁହିଁ ବିଜେପି-କଂଗ୍ରେସ
ଅଜୟ କୁମାରଙ୍କ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବୀ କରିଛି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଇଟିଭି ଭାରତ, କେନ୍ଦୁଝର