ETV Bharat / state

ଥମୁନି ଆବାସ କଳି, କେନ୍ଦୁଝରରେ ପୁଣି ବ୍ଲକ ଘେରିଲା ବିଜେପି - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସଦର ବ୍ଲକ ଘେରାଓ କରିଛି ବିଜେପି । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ବିଜେପିର ବ୍ଲକ ଘେରାଓ
କେନ୍ଦୁଝରରେ ବିଜେପିର ବ୍ଲକ ଘେରାଓ
author img

By

Published : Feb 6, 2023, 7:23 PM IST

କେନ୍ଦୁଝରରେ ବିଜେପିର ବ୍ଲକ ଘେରାଓ

କେନ୍ଦୁଝର: ତୁଟୁନି ଆବାସ କଳି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଗର୍ଜିଛି ବିଜେପି । ୧୦- ୨୦ ହଜାର ଟଙ୍କା ନେଇ ତାଲିକାଭୁକ୍ତ କରାଇଦେବା ପାଇଁ କିଛି ଶାସକ ଦଳର କର୍ମୀ ଓ ବ୍ଲକର ଅସାଧୁ କର୍ମଚାରୀମାନେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇନଥିବା ଅଭିଯୋଗରେ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୋମବାର ସ୍ଥାନୀୟ କାଳି ପଡିଆଠାରୁ ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଅନିୟମିତତା କରାଯାଇଥିବା ଅଭିଯୋଗରେ ଏହି ପ୍ରଦର୍ଶନ କରାଯାଇଥିଲା । ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିଲେ, ସେମାନେ ଏହି ତାଲିକାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ଏହାର ତାଲିକାଭୁକ୍ତ ହୋଇଥିବା ଅଭିଯୋଗ କରିଛି ବିଜେପି । ଖାଲି ସେତିକି ନୁହେଁ, ୧୦ରୁ ୨୦ ହଜାର ଟଙ୍କା ନେଇ ତାଲିକାଭୁକ୍ତ କରାଇଦେବା ପାଇଁ କିଛି ଶାସକ ଦଳର କର୍ମୀ ଓ ବ୍ଲକର ଅସାଧୁ କର୍ମଚାରୀମାନେ ଦୁର୍ନୀତି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଶତାଧିକ ବିଜେପି କର୍ମୀ ବ୍ଲକ ସମ୍ମୁଖରେ ପହଞ୍ଚି ଏହାକୁ ବିରୋଧ କରିବା ସହ ହୋହଲ୍ଲା କରିଥିଲେ । ଏହି ବିକ୍ଷୋଭରେ ବିଜେପିର ବରିଷ୍ଠ ନେତ୍ରୀ କିରଣବାଳା ନାଏକ ବ୍ଲକ ପ୍ରଶାସନ ଉପରେ ବର୍ଷିବା ସହ ଶାସକ ଦଳର ଇଙ୍ଗିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ଜନତା ଦଳୀୟ କର୍ମୀଙ୍କୁ ପ୍ରଦାନ କରାଯାଉଛି ବୋଲି କହିଥିଲେ । ଯଦି ବ୍ଲକ ପ୍ରଶାସନ ଏଥିରୁ ନିବୃତ୍ତ ନହୁଏ, ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ବିରାଟ ଆନ୍ଦୋଳନ ହେବା ସହ ବ୍ଲକ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି କହିଥିଲେ । ଜିଲ୍ଲାର ୧୩ଟି ବ୍ଲକରେ ଏହିଭଳି କାର୍ଯ୍ୟ ଚାଲୁଥିବାବେଳେ ପ୍ରଶାସନ ଏହି କାର୍ଯ୍ୟକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା କହିଛନ୍ତି ବିଜେପି ନେତା । ଯଦି ଏହିଭଳି ଚାଲେ, ତେବେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.