ETV Bharat / state

ପିସିସି ସଭାପତିଙ୍କ ଉପରେ ଆକ୍ରମଣକୁ ନେଇ ରାଜନୀତି ନହେଉ: ମୋହନ ମାଝୀ - ପିସିସି ସଭାପତିଙ୍କୁ ଆକ୍ରମଣ

ପ୍ରଦେଶ କଂଗ୍ରେସ କମିଟି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସଦର ବିଜେପି ବିଧାୟକ ମୋହନ ଚରଣ ମାଝୀ। ପିସିସି ସଭାପତିଙ୍କ ଉପରେ ଆକ୍ରମଣ ପଛରେ ବିଜେପିର କୌଣସି ହାତ ନାହିଁ ବୋଲି ସେ କହିଛନ୍ତି। ଅଧିକ ପଢ଼ନ୍ତୁ...

bjp mla urged to stop politics regarding pcc preisdent nirajan pattnaik attacked case
ପିସିସି ସଭାପତିଙ୍କ ଉପରେ ଆକ୍ରମଣର ରଜନୀତିକରଣ ନହେଉ: ମହୋନ ମାଝୀ
author img

By

Published : Jan 19, 2021, 6:10 AM IST

କେନ୍ଦୁଝର: ପ୍ରଦେଶ କଂଗ୍ରେସ କମିଟି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସଦର ବିଜେପି ବିଧାୟକ ମୋହନ ଚରଣ ମାଝୀ। ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣଙ୍କୁ ସେ ନିନ୍ଦା କରିଛନ୍ତି। ଏହାସହ ଏହି ଘଟଣାରେ ଦୋଷୀମାନଙ୍କୁ ଉଚିତ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।

ପିସିସି ସଭାପତିଙ୍କ ଉପରେ ଆକ୍ରମଣର ରଜନୀତିକରଣ ନହେଉ: ମହୋନ ମାଝୀ

ତେବେ ଏହି ଘଟଣାରେ ବିଜେପିର ହାତ ରହିଥିବା ନେଇ ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ମହାନ୍ତି ନାମକ ଯୁବକଙ୍କୁ ଗିରଫ କରାଯାଇଛି। ତେବେ ବିଜେପି ସହ ଯୁବକଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସଦର ବିଜେପି ବିଧାୟକ ମୋହନ ଚରଣ ମାଝୀ। ସେମାନେ ପୂର୍ବରୁ ବିଜେପି ପାଇଁ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଅଭିଯୁକ୍ତ ସହ ବିଜେପିର କୌଣସି ସମ୍ପର୍କ ନାହିଁ, ସେମାନେ ଏହି ଅଞ୍ଚଳରେ ରୁହନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି ବିଜେପି ବିଧାୟକ।

ଏହି ଘଟଣାରେ କୌଣସି ରାଜନୀତିକରଣ ନହେଉ ବୋଲି ସେ କହିଛନ୍ତି। ପିସିସି ସଭାପତିଙ୍କ ଉପରେ ଆକ୍ରମଣ ପଛରେ ବିଜେପିର କୌଣସି ହାତ ନଥିବା ବେଳେ ବିଜେଡି ଏହି ଘଟଣାକୁ ନେଇ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

କେନ୍ଦୁଝର ଗସ୍ତ ସମୟରେ ଗତକାଲି(ରବିବାର) 4ରୁ 5 ଜଣ ଦୁର୍ବୃତ୍ତ କଂଗ୍ରେସ ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଆଉ ଗାଡି କାଚ ଲକ୍ ଥିବାରୁ ନିରଞ୍ଜନ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଆକ୍ରମଣ ପରେ ପୂରା ଆକ୍ରମଣାତ୍ମକ ମୁଦ୍ରାରେ ରହିଛି କଂଗ୍ରେସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.