କେନ୍ଦୁଝର: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ଜନଜାଗରଣ ଯାତ୍ରା ଆରମ୍ଭ କରିଛି । ଏନେଇ ସୋମବାର କେନ୍ଦୁଝର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ସୋମବାର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୧ ତାରିଖରେ ସିଏଏ ଅଧିନିୟମ ସମ୍ପର୍କରେ ସଚେତନତା ନେଇ ସମାବେଶ କରାଯିବା ବୋଲି ସୂଚନା ଦିଆଯାଇଛି । ଏହାସହ ସୋମବାର ଠାରୁ କେନ୍ଦୁଝର ଜିଲ୍ଲାରେ ଏହି ଆଇନ ସପକ୍ଷରେ ଜନ ଜାଗରଣ ଅଭିଯାନ ଆରମ୍ଭ ହେଲା ବୋଲି ପ୍ରକାଶ କରାଯାଇଛି । ଏଥିରେ ସଦର ବିଧାୟକ ମୋହନ ଚରଣ ମାଝୀ ଓ ବିଜେପି ଜିଲ୍ଲା ସଭାପତି ସବୁଜ ମହାନ୍ତି ଉପସ୍ଥିତ ରହିଥିଲେ
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ