ETV Bharat / state

BJD ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ

author img

By

Published : Jan 29, 2022, 3:06 PM IST

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ । ଅଧିକ ପଢନ୍ତୁ

BJD ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ
BJD ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ

କେନ୍ଦୁଝର: ପଞ୍ଚାୟତ ନିର୍ବାଚନକୁ ଆଉ ଅଳ୍ପଦିନ ଥିବାବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ । ପ୍ରାର୍ଥୀ ଅନାଦି ଚରଣ ସିଂଙ୍କର ଆଜି(ଶନିବାର) ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଆଜି ତାଙ୍କର ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ସିଂ ପୂର୍ବରୁ ଢେଙ୍କିକୋଟ ଟସର ସୋସାଇଟି ସଭାପତି ଓ ସାନ୍ତରାପୁର ପଞ୍ଚାୟତର ସରପଞ୍ଚ ହୋଇଥିଲେ ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଢେଙ୍କିକୋଟ ୮ ନମ୍ବର ଜୋନର BJD ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.