କେନ୍ଦୁଝର: ଆରମ୍ଭ ହେବାକୁ ଯାଉଛି ଲୋକତନ୍ତ୍ରର ମହାପର୍ବ । ଏହାକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ଏବେ ସରଗରମ । ଏହି ମହାସମର ପୂର୍ବରୁ ଦେଖିବାକୁ ମିଳୁଛି ନେତାଙ୍କ ଅନେକ ରଙ୍ଗ । ଏହା ସହିତ ନେତାଙ୍କ ଦଲ ଡିଆଁ ନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ପରିବର୍ତ୍ତନ ଆଶାରେ ଗୋଟିଏ ଦଳରୁ ଆଉ ଗୋଟାଏ ଦଳକୁ ଡେଇଁବାରେ ଲାଗିଛନ୍ତି ନେତାମାନେ । ଏହି କ୍ରମରେ ଓଡିଶାର ବରିଷ୍ଠ ତୁଙ୍ଗ ନେତାମାନେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେପିରେ ସାମିଲ ହୋଇଥିବା ଜଣା ପଡିଛି ।
ତେବେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଜି ଦେଖାଦେଇଛି ବିଜେପିର ମିଶ୍ରଣ ପର୍ବ । ବିଜେଡି, ଜନ ସମୃଦ୍ଧି ପାର୍ଟି ଏବଂ କଂଗ୍ରେସର ଅନେକ ନେତା ସାମିଲ ହୋଇଛନ୍ତି ବିଜେପିରେ । ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶହ ଶହ କର୍ମୀ ପୂର୍ବତନ ସାଂସଦ ଅନନ୍ତ ନାଏକ, ପୂର୍ବତନ ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତେବେ ଏହା ପରେ ଜିଲ୍ଲାର ବିଜେପି ଶିବିର ଉତ୍ସବମୁଖରହୋଇଉଠିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ