ETV Bharat / state

ବିଧାନସଭା ଘେରିବ ଭାରତୀୟ ମଜଦୂର ସଂଘ - Odisha government

ଅଣ ସଂଗଠିତ ମଜଦୂର ଓ ଅଙ୍ଗନୱାଡ଼ି , ଆଶା କର୍ମୀଙ୍କ ହକ ପାଇଁ ବିଧାନସଭା ଘେରିବ ଭାରତୀୟ ମଜଦୂର ସଂଘ । ଅଧିକ ପଢନ୍ତୁ

ବିଧାନସଭା ଘେରିବ ଭାରତୀୟ ମଜଦୂର ସଂଘ
ବିଧାନସଭା ଘେରିବ ଭାରତୀୟ ମଜଦୂର ସଂଘ
author img

By ETV Bharat Odisha Team

Published : Sep 8, 2023, 8:34 PM IST

ବିଧାନସଭା ଘେରିବ ଭାରତୀୟ ମଜଦୂର ସଂଘ

କେନ୍ଦୁଝର: ଜିଲ୍ଲା ଏସିଆ ମହାଦେଶର ଖଣିଜ ସମ୍ପଦ ଉତ୍ତୋଳନରେ ଅଗ୍ରଣୀ ଥିବା ବେଳେ ଓଡ଼ିଶାରେ ସର୍ବାଧିକ ରାଜସ୍ବ ପ୍ରଦାନ କରିବାରେ ମାନ୍ୟତା ପାଇଛି । ଏଠାରେ ଆଇରନ, ମାଙ୍ଗାନିଜ, ବକ୍ସାଇଟ, ସୁନା ଖଣିଜ ସଂପଦ ପାଇଁ ବିଭିନ୍ନ ଜାଗାରେ ଖଣି ଖାଦାନ ଓ ବଡ଼ ବଡ଼ ଶିଳ୍ପ ଗଢି ଉଠିଛି କିନ୍ତୁ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପ୍ରଦାନ କରା ଯାଉନାହିଁ । ଏହାକୁ ନେଇ ଭାରତୀୟ ମଜଦୁର ସଂଘ କେନ୍ଦୁଝର ଜିଲ୍ଲା କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦୁଝର ସ୍ଥିତ ସହିଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ସ୍ଥାନୀୟ ଆଦିବାସୀ ଯୁବକଯୁବତୀ ନିଜର କର୍ମ ନିଯୁକ୍ତି ତଥା ଜୀବନ ଜୀବିକା ହରାଉଥିବା ଅଭିଯୋଗ କରିଛି ଭାରତୀୟ ମଜଦୁର ସଂଘ କେନ୍ଦୁଝର ଶାଖା ।

ଆସନ୍ତା ସେପ୍ଟେମ୍ବର ୨୨ ଅଙ୍ଗନୱାଡି ଏବଂ ସେପ୍ଟେମ୍ବର ୨୬ ଆଶା କର୍ମୀ ମାନଙ୍କ ତରଫରୁ ବିଧାନସଭା ଘେରାଉ କରିବ ଭାରତୀୟ ମଜଦୁର ସଂଘ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ ଆସନ୍ତା ନଭେମ୍ବର ୧୫ ତାରିଖ ଦୁଇ ଲକ୍ଷ ଶ୍ରମିକମାନଙ୍କୁ ନେଇ ରାଜ୍ୟ ସରକାରଙ୍କର ଶ୍ରମିକ ମାରଣା ନୀତିକୁ ବିରୋଧ କରି ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଭାରତୀୟ ମଜଦୂର ସଂଘ ରାଜ୍ୟ କମିଟି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଡିସେମ୍ବର ୩୦ ଏବଂ ୩୧ ରାଜ୍ୟ ସମ୍ମିଳନୀ କେନ୍ଦୁଝରରେ ଅନୁଷ୍ଠିତ ହେବ ଏଥିରେ ସମଗ୍ର ଓଡ଼ିଶାରୁ ପ୍ରତିନିଧିମାନେ ଯୋଗଦେବେ ବୋଲି ରାଜ୍ୟ ସଭାପତି ସୂଚନା ପ୍ରଦାନ କରିଥିଲେ ।

ପ୍ରକାଶ ଥାଉକି ୨୦୨୦ ମସିହାରୁ ନୂତନ ଭାବରେ ନିଲାମ ପାଇଥିବା ସିରାଜୁଦ୍ଦିନ ମାଇନ୍ସରେ ୩୦୦ ଶହରୁ ଉର୍ଦ୍ଧ୍ୱ ନିଯୁକ୍ତି ହରାଇଥିବା ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିପାରୁନାହିଁ । ଆମ ଦେଶରେ ପ୍ରାୟ ୫୦ କୋଟି ଶ୍ରମିକମାନଙ୍କ ଆର୍ଥିକ ସ୍ଥିତି ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟାରେ ବିକାଶ ହୋଇ ପରିନାହିଁ । ତେଣୁ ଗତ ଜୁନ ମାସରୁ ଭାରତୀୟ ମଜଦୂର ସଂଘ 4 ଗୋଟି ଦାବି ଯଥା ଶ୍ରମିକମାନଙ୍କ ସର୍ବ ନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରୀ ପ୍ରଦାନ କରିବା, ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ଶ୍ରମିକ ମାନଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମ ନୀତି ପ୍ରଣୟନ ଏବଂ ଠିକା ପ୍ରଥା ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନର ଆବଶ୍ୟକ ସଂଶୋଧନ ଆଣିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ...କ୍ୟାଡ଼ର ପୁନର୍ଗଠନ ନେଇ ଦାବି ଉଠାଇଲେ ମହିଳା ସ୍ବାସ୍ଥ୍ୟକର୍ମୀ, ନଚେତ୍‌ ଆନ୍ଦୋଳନ ଚେତାବନୀ

ଶ୍ରମ ନୀତି ପ୍ରଣୟନ ଏବଂ ଠିକା ପ୍ରଥା ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନର ଆବଶ୍ୟକ ସଂଶୋଧନ ଆଣିବା ପାଇଁ ଲଢେଇ ଜାରି ରଖିଛି ଭାରତୀୟ ମଜଦୁର ସଂଘ । ଏହି ଜିଲ୍ଲାରେ ଥିବା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗ ତରଫରୁ ଅଣଦେଖା କରାଯାଉଅଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥୀରାଜପଣ୍ଡା, କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗିରିଶ ମହାନ୍ତ, ଉପସଭାପତି ଏ ଶ୍ରୀନିବାସ ରାଓ , ସମ୍ପାଦିକା ସୁମିତା ମହାପାତ୍ର, ରାଜ୍ୟ ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ଡାକ୍ତର ମହାନ୍ତ , ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ,କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.