ETV Bharat / state

ଫେଲ ମାରିଛି ଆବାସ ଯୋଜନା; ଯୋଗ୍ୟ ହିତାଧିକାରୀ ପାଇ ନାହାଁନ୍ତି ଘର

ଫେଲ ମାରିଛି ସରକାରଙ୍କ ଆବାସ ଯୋଜନା । ଯୋଗ୍ୟ ହିତାଧିକାରୀ ପାଇ ନାହାଁନ୍ତି ଘର । ଅଧିକ ପଢନ୍ତୁ...

author img

By

Published : Jun 26, 2021, 10:02 AM IST

Updated : Jun 26, 2021, 1:10 PM IST

beneficiary cannot get benefited by awas yojna in kendujhar
ଫେଲ ମାରିଛି ସରକାରଙ୍କ ଆବାସ ଯୋଜନା; ଯୋଗ୍ୟ ହିତାଧିକାରୀ ପାଇ ନାହାଁନ୍ତି ଘର

ଆନନ୍ଦପୁର: ଫେଲ ମାରିଛି ସରକାରଙ୍କ ଆବାସ ଯୋଜନା । ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ । ଫଳରେ ଭଙ୍ଗା ଦଦରା ଘରେ ରହି ଜୀବନ କାଟୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗାଁରେ । ଗାଁର ବାବୁଲାଲ ଜେନାଙ୍କର ବାତ୍ୟା ୟସରେ ଘର ଭାଙ୍ଗିଯିବାରୁ ପରିବାର ସହ ପର ଘରେ ଆଶ୍ରୟ ନେଉଛନ୍ତି । ବାରମ୍ବାର ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ସେମାନଙ୍କୁ ଜାଣିଶୁଣି ଏଥିରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହୋଇଛି ।

ଫେଲ ମାରିଛି ଆବାସ ଯୋଜନା; ଯୋଗ୍ୟ ହିତାଧିକାରୀ ପାଇ ନାହାଁନ୍ତି ଘର

ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏସିସି ଲିଷ୍ଟରେ ବାବୁଲାଲଙ୍କ ନାଁ ଥାଇ ମଧ୍ୟ ଘର ପାଇ ପାରୁ ନାହାଁନ୍ତି ସେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାବୁଲାଲକୁ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jun 26, 2021, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.