ଆନନ୍ଦପୁର : କେନ୍ଦ୍ର ସରକାର ସମସ୍ତ ଜାତୀୟ କରଣ ବ୍ୟାଙ୍କ ଗୁଡ଼ିକୁ ବେସରକାରୀ କରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧ କରି ଆନନ୍ଦପୁର ଉପଖଣ୍ଡରେ ସମସ୍ତ ବ୍ୟାଙ୍କ କର୍ମଚାରୀ ଘସିପୁରା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ୟାଙ୍କ ଗୁଡ଼ିକ ବେସରକାରୀ କରଣ ହେଲେ କର୍ମଚାରୀମାନେ ଓ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ ।
ଏଣୁ ସରକାର ଏଭଳି ନିଷ୍ପତ୍ତି ହଟାଇବା ପାଇଁ କର୍ମଚାରୀମାନେ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ସରକାର ଯଦି ନିଷ୍ପତ୍ତି ନ ବଦଳାନ୍ତି ଚଳିତ ମାସର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ କରିବ । ଏହାସହ ଆନ୍ଦୋଳନ ତୀବ୍ରତର ହେବ ବୋଲି କର୍ମଚାରୀମାନେ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ