ETV Bharat / state

ଚୁଡାନ୍ତ ପର୍ଯ୍ୟାୟରେ ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ନିର୍ମାଣ କାର୍ଯ୍ୟ

ଶେଷ ପର୍ଯ୍ୟାୟରେ କେନ୍ଦୁଝରର ଆରଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ନିର୍ମାଣ କାମ । ସବୁଠାରୁ ବଡ ରଥ ବୋଲାଉଥିବା ଏହି ରଥରେ ବସି ଗୁଣ୍ଡିଚାରେ ମାଉସୀ ମା’ ମନ୍ଦିର ଯିବେ ମହାପ୍ରଭୁ ।

author img

By

Published : Jun 24, 2019, 7:19 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଉ ମାତ୍ର କେଇ ଦିନ ପରେ ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀ ଜଗନ୍ନାଥ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଚତୁର୍ଦ୍ଧା ମୂର୍ତ୍ତି ସମସ୍ତଙ୍କୁ ଦର୍ଶନ ଦେଇ ମନସ୍କାମନା ପୂରଣ କରିବେ । ଏହା ପରେ ପୁଣି ରଥରେ ବସି ମହା ଆଡମ୍ବରରେ ଯିବେ ମାଉସୀ ମା’ ଘର । ଆଉ ଏଥିପାଇଁ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ଗାଁ ସହର ସବୁଠି ଚାଲିଛି ପ୍ରସ୍ତୁତି । ଏହି କ୍ରମରେ କେନ୍ଦୁଝରର ଆରଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର
ପରମ୍ପରା ଅନୁଯାୟୀ ଏଠାରେ ବି ଅକ୍ଷୟ ତୃତୀୟା ରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦୁଝରର ଏହି ରଥର ନାଁ ନନ୍ଦିଘୋଷ । ଏହା ସବୁଠୁ ବଡ଼ ରଥର ମାନ୍ୟତା ପାଇଛି । ଏହାର ଉଚ୍ଛତା ୭୨ ଫୁଟ ହୋଇଥିବା ବେଳେ ପରିଧି ୪୫ ଫୁଟ ରହିଛି । ସେହିଭଳି ଏଥିରେ ୭ ଫୁଟ ଉଚ୍ଚ ର ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ଏଠାରେ ରଥ ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଲାଣି । କେବଳ କେତୋଟି ଚକ ନିର୍ମାଣ ବାକି ଅଛି । ଶେଷ ହେଲାପରେ ରଥ ପ୍ରସ୍ତୁତି ଶେଷ ହେବ ବୋଲି ଜଣା ପଡ଼ିଛି ।

ଏହି ନନ୍ଦିଘୋଷ ରଥରେ ବସି ଚତୁର୍ଦ୍ଧା ମୂର୍ତ୍ତି ମାଉସୀ ମା ମନ୍ଦିରକୁ ଯିବେ । ଏହି ରଥକୁ ଟାଣିବାକୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.