କେନ୍ଦୁଝର: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଘଟିଛି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ କେନ୍ଦେଇପଶି କେନ୍ଦୁଝର ରାସ୍ତାର ଶରଧାପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଗୁରୁତର ହୋଇଛନ୍ତି।

କରଞ୍ଜିଆରୁ ବର ଦେଖା ଭୋଜି ଖାଇ ଫେରୁଥିବା ବେଳେ ଶରଧାପୁର ନିକଟରେ ଛିଡା ହୋଇଥିବା ବାଲି ହାଇୱା ପଛରେ ଧକ୍କା ଦେଇଥିଲା ଅଟୋ । ଫଳରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଜଡିଚାତର ଗ୍ରାମର । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ