ETV Bharat / state

କଳହକୁ ସମାଧାନ କରିବାକୁ ଯାଇ ଯୁବକଙ୍କୁ ଆକ୍ରମଣ: ଗାଁରେ ଉତ୍ତେଜନା - Hatadihi block

ଘରୋଇ କଳହକୁ ନେଇ ଆକ୍ରମଣ । ଘଟଣାସ୍ଥଳରେ ଯୁବକ ଗୁରୁତର । ଆକ୍ରମଣର 12 ଦିନ ପରେ ଯୁବକ ମୃତ । ଅଧିକ ପଢନ୍ତୁ...

କଳହକୁ ସମାଧାନ କରିବାକୁ ଯାଇ ଯୁବକଙ୍କୁ ଆକ୍ରମଣ: ଗାଁରେ ଉତ୍ତେଜନା

author img

By

Published : Jun 26, 2021, 7:00 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ସାଳକଣିଆ ଗାଁରେ ଘରୋଇ କଳହକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ ଗତ ଜୁନ 15 ତାରିଖରେ ସାଳକଣିଆ ଗ୍ରାମର ଆନନ୍ଦ ଜେନାଙ୍କ ପାରିବାରିକ କଳହ ଲାଗି ରହିଛି । ଅନ୍ୟପଟେ ସେହି ଗ୍ରାମର ଦୈତାରି ପାତ୍ର ସେହି ରାସ୍ତା ଦେଇ ଯିବା ସମୟରେ ଆନନ୍ଦ ଜେନାଙ୍କ ପତ୍ନୀ ଚଞ୍ଚଳା ଜେନା କହିଥିଲେ କି ନାନା ଆନନ୍ଦଙ୍କୁ ଟିକେ ବୁଝାଇ ଦିଅ ସବୁବେଳେ ମଦ ପିଇ ଘରେ ଝଗଡା କରୁଛନ୍ତି ।

କଳହକୁ ସମାଧାନ କରିବାକୁ ଯାଇ ଯୁବକଙ୍କୁ ଆକ୍ରମଣ: ଗାଁରେ ଉତ୍ତେଜନା

ଆଉ ଏହି କଥାକୁ ସମାଧାନ କରିବାକୁ ଯାଇ ଥିବା ଦୈତାରିଙ୍କୁ ଆନନ୍ଦ ସମେତ ତାଙ୍କର ଛଅ ପୁଅ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ, ଏହାକୁ ଦେଖି ଦୈତାରିଙ୍କ ଭାଇ ଓ ବୋହୂ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ, ଯାହାଫଳରେ ଉଭୟ ଗଭୀର ଆଘାତର ଶିକାର ହୋଇଛନ୍ତି ।

ସେପଟେ ଆନନ୍ଦଙ୍କ ପରିବାର ଲୋକେ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଆଜି (ଶନିବାର) ଦୈତାରି ମୃତ୍ୟୁବରଣ କରିଛନ୍ତି । ଏନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଦୁଇ ପ୍ଲାଟୁନ ପୋଲିସ ମୃତୟନ ଅଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.