ETV Bharat / state

କାର୍ଯ୍ୟରତ ହୋମଗାର୍ଡଙ୍କୁ ଆକ୍ରମଣ, ଚିକିତ୍ସାଳୟରେ ଭର୍ତ୍ତି - ହୋମଗାର୍ଡଙ୍କୁ ସଙ୍ଗବଧ ଆକ୍ରମଣ

ହିଙ୍ଗୁଳା ଯାତ୍ରା ଡ୍ୟୁଟି ସମୟରେ ହୋମଗାର୍ଡଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ...

homeguard
କାର୍ଯ୍ୟରତ ହୋମଗାର୍ଡଙ୍କୁ ଆକ୍ରମଣ
author img

By

Published : Apr 9, 2020, 11:24 AM IST

କେନ୍ଦୁଝର: ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ କଳିଆହୋତା ଫାଣ୍ଡି ହୋମଗାର୍ଡଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ହୋମଗାର୍ଡ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

କାର୍ଯ୍ୟରତ ହୋମଗାର୍ଡଙ୍କୁ ଆକ୍ରମଣ

ସୂନନୂଯାୟୀ, ଅମୂଲ୍ୟ ରତ୍ନ ପାତ୍ର ନାମକ ହୋମଗାର୍ଡଙ୍କୁ କଳିଆହୋତା ଫାଣ୍ଡି ଅଧିକାରୀ ମଲଦାରେ ଅନୁଷ୍ଠିତ ହିଙ୍ଗୁଳା ଯାତ୍ରାକୁ ଡ୍ୟୁଟି ପାଇଁ ପଠେଇଥିଲେ । ସେ ଫେରିବା ସମୟରେ ରାଇସୁଆଁ ଗ୍ରାମ ନିକଟରେ କିଛି ଯୁବକ ଏକା ସଙ୍ଗେ ଦୁଇଟି ମୋଟର ସାଇକେଲରେ ଯାଉଥିଲେ । ସେମାନଙ୍କୁ ଘରକୁ ଯିବାକୁ ଅମୂଲ୍ୟ କହିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ଏଥିରେ ଗୁରୁତର ହୋଇ ଅମୂଲ୍ୟ ପ୍ରଥମେ ରାଇସୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଅମୂଲ୍ୟଙ୍କ ଅଭିଯୋଗ କ୍ରମେ ଉକ୍ତ ଯୁବକଙ୍କ ନାଁରେ କାଳିଆହୋତା ଫାଣ୍ଡିରେ ମାମଲା ରୁଜୁ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.