ETV Bharat / state

7 ଦଫା ଦାବିରେ ଆଶାକର୍ମୀଙ୍କ ଜିଲ୍ଲାପାଳଙ୍କ ଅଫିସ ଘେରାଉ - କେନ୍ଦୁଝରରେ ଆଶା କର୍ମୀଙ୍କ ଆନ୍ଦୋଳନ

ପୁଣି ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ । 7 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଆଶା କର୍ମୀ। ଅଧିକ ପଢ଼ନ୍ତୁ

୧୮ ଦଫା ଦାବିରେ ଆଶାକର୍ମୀଙ୍କ ଜିଲ୍ଲାପାଳଙ୍କ ଅଫିସ ଘେରାଉ

author img

By

Published : Dec 15, 2022, 9:34 AM IST

୧୮ ଦଫା ଦାବିରେ ଆଶାକର୍ମୀଙ୍କ ଜିଲ୍ଲାପାଳଙ୍କ ଅଫିସ ଘେରାଉ

କେନ୍ଦୁଝର: ପୁଣି ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ । 7 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଆଶା କର୍ମୀ । ଆଶା କର୍ମୀ ସମଗ୍ର ଓଡ଼ିଶାରେ ଗ୍ରାମବାସୀଙ୍କ ପାଇଁ ଆଶାର ଆଲୋକ ଭଳି କାର୍ଯ୍ୟ କରୁଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିଭିନ୍ନ ଯୋଜନାକୁ ଅପହଞ୍ଚ ସ୍ଥାନରେ ନେଇ ପହଞ୍ଚାଉଛନ୍ତି । କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଛନ୍ତି । କିନ୍ତୁ ସରକାର ପ୍ରୋତ୍ସାହନ ରାଶି ବାବଦକୁ କିଛି ଟଙ୍କା ଦେଉନାହାଁନ୍ତି ।

ଅନ୍ୟ ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପାଉଥିବା ବେଳେ ଆମକୁ ସାବତ ଝିଅ ପରି ବ୍ୟବହାର କରୁଛନ୍ତି । ଏପରି 7 ଦଫା ଦାବି ନେଇ ୧ ହଜାରରୁ ଊର୍ଦ୍ଧ୍ବ ଆଶାକର୍ମୀ ସ୍ଥାନୀୟ କାଳୀପଡିଆରୁ ବାହାରି ସହର ମଧ୍ୟରେ ବିରାଟ ଶୋଭାଯାତ୍ରା କରିଥିଲେ । ଏହାପରେ ସମସ୍ତ ଆଶା କର୍ମୀ କଲେକ୍ଟର ଅଫିସ ଘେରାଉ କରିଥିଲେ । ଦାବି ପୂରଣ ନହେଲେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଆଶା ସଂଘ । ଏପରିକି ଦରକାର ପଡ଼ିଲେ ଜେଲଭରୋ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହାମଧ୍ୟ ପଢ଼ନ୍ତୁ. ଜିଲ୍ଲାପାଳଙ୍କ କାର୍ଯ୍ୟକାଳ ଆଗରେ ଆଶାକର୍ମୀଙ୍କ ବିକ୍ଷୋଭ

ଏ ସମ୍ପର୍କରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ କହିଛନ୍ତି ''ରାଜ୍ୟ ସରକାରେ ଗାଁକୁ କାମ ମାଆକୁ ସମ୍ମାନ ବୋଲି କହୁଥିବା ବେଳେ ୨୦୦୦ ମାର୍ଚ୍ଚ ମସିହାରୁ ରାଜ୍ୟ ସ୍ବାସ୍ଥ୍ୟ ମିଶନ ତରଫରୁ ଆଶା କର୍ମୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । କିନ୍ତୁ ଦୀର୍ଘ ୧୫-୧୬ ବର୍ଷ ହେଲା ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ଦିଆଯାଇନି । ଶିଶୁର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାର ସଫଳ ରୂପାୟନରେ ସାହାଯ୍ୟ କରିଥାନ୍ତି । ଏମାନଙ୍କୁ କିନ୍ତୁ ସରକାର ପ୍ରତାରଣା କରୁଛନ୍ତି। ଏନେଇ ବାରମ୍ବାର ଆଶାକର୍ମୀମାନେ ଅଭିଯୋଗ ବି କରିଛନ୍ତି । ତଥାପି ଏମାନଙ୍କର ସୁରକ୍ଷା ପାଇଁ ସରକାର କିଛି ପଦକ୍ଷେପ ନେଉନାହାଁନ୍ତି । ସରକାର ଆଶା କର୍ମୀମାନଙ୍କୁ ନିଜ ହକରୁ ବଞ୍ଚିତ କରିଛନ୍ତି । ତେଣୁ ଆଶା କର୍ମୀମାନଙ୍କୁ ସରକାରୀ ମାନ୍ୟତା, ମାସିକ ୧୮ହଜାର ଟଙ୍କା ଦରମା, ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିବା, EPF ଲାଗୁ କରିବା, ଅବସର ବେଳକୁ 5 ଲକ୍ଷ ଟଙ୍କା ପ୍ରଦାନ କରାଯାଉ'' ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.