ETV Bharat / state

ଅନ୍ତଃ ନଦୀ 2 ଜଳପ୍ରକଳ୍ପକୁ ମିଳିଲା ଅନୁମୋଦନ - ଅନ୍ତ ନଦୀ ଜଳ ପ୍ରକଳ୍ପକୁ ମିଳିଲା ଅନୁମୋଦନ

କେନ୍ଦୁଝର ଜିଲ୍ଲା ଅନ୍ତଃ ନଦୀର 2ଟି ଜଳ ପ୍ରକଳ୍ପକୁ ମିଳିଲା ଅନୁମୋଦନ । 152 କୋଟି ବ୍ୟୟ ବରଦାରେ ନିର୍ମାଣ ହେବ ଏହି ପ୍ରକଳ୍ପ । ଅଧିକ ପଢନ୍ତୁ...

ଅନ୍ତଃ ନଦୀ 2 ଜଳପ୍ରକଳ୍ପକୁ ମିଳିଲା ଅନୁମୋଦନ
ଅନ୍ତଃ ନଦୀ 2 ଜଳପ୍ରକଳ୍ପକୁ ମିଳିଲା ଅନୁମୋଦନ
author img

By

Published : Jul 10, 2021, 12:49 PM IST

କେନ୍ଦୁଝର: ଅନ୍ତଃ ନଦୀର 2ଟି ଜଳ ପ୍ରକଳ୍ପକୁ ମିଳିଲା ଅନୁମୋଦନ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁମୋଦନ ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । 152 କୋଟି ବ୍ୟୟ ବରାଦରେ ଏହି 2ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ।

ଅନ୍ତଃ ନଦୀ 2 ଜଳପ୍ରକଳ୍ପକୁ ମିଳିଲା ଅନୁମୋଦନ

ତେଲକୋଇ ବ୍ଲକର ଦୋବଲାପାଳ ପଞ୍ଚାୟତ ଓ ଦେଉଳଡିହା ପଞ୍ଚାୟତର ସନ୍ତେଭଞ୍ଜ ଗାଁରେ ଖରା ଦିନରେ ପାନୀୟ ଜଳ ସହିତ ଚାଷ ପାଇଁ ଜଳର ଅଭାବ ଦେଖାଦେଇଥାଏ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ ପରେ ଭିଡିଓ କନଫରେନ୍ସିଂ ଜରିଆରେ 5T ସଚିବ ଲୋକଙ୍କ ସହିତ ଆଲୋଚନା କରି 2ଟି ଅନ୍ତଃ ନଦୀ ଜଳ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

ଏହି ପ୍ରକଳ୍ପ ଦୁଇଟି ଅନୁମୋଦନ ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳର ଜଳ ସେଚନ ସମସ୍ୟା ଦୂରହେବ ବୋଲି ଆଶା ପୋଷଣ କରିଛନ୍ତି । ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଓଡିଶା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉପସ୍ଥିତ ରହି ଲୋକଙ୍କ ଆବେଦନକୁ 5T ସଚିବଙ୍କୁ ଅବଗତ କରାଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.