ETV Bharat / state

କେନ୍ଦୁଝରରେ ଆଉ ୨୫ କୋରୋନା ପଜିଟିଭ ଚିହ୍ନଟ

author img

By

Published : Jun 28, 2020, 3:14 PM IST

Updated : Jun 28, 2020, 8:04 PM IST

କେନ୍ଦୁଝରରେ ରବିବାର 25 ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 132ରେ ପହଞ୍ଚିଛି ।

Another 25 corona positive identified in Keonjhar
କେନ୍ଦୁଝରରେ ଆଉ ୨୫ କୋରୋନା ପଜିଟିଭ ଚିହ୍ନଟ

କେନ୍ଦୁଝର: ଜିଲ୍ଲାରେ ରବିବାର 25 ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 132ରେ ପହଞ୍ଚିଛି । ଚିହ୍ନଟ 25 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 24 ଜଣ ତାମିଲନାଡୁ, କେରଳ, ଦିଲ୍ଲା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଫେରି ସ୍ଥାନୀୟ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାନୁସାରେ ଚିହ୍ନଟ 24 ଜଣଙ୍କ ମଧ୍ୟରେ ହାତଡିହିର 7 ଜଣ , ଘସିପୁରାର 3, ଘଟଗାଁର ୫ , ହରିଚନ୍ଦନପୁରର ୫, ପାଟଣାର ୨, ସଦର ଥାନାର ୨ ଜଣ ଅଛନ୍ତି । ସେହିପରି ଅନ୍ୟ ଜଣେ ବଡ଼ବିଲର ଥିବାବେଳେ ସେ ଭୁବନେଶ୍ବର ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉକ୍ତ ୨୪ ଜଣକୁ ଅଧିକ ଚିକିତ୍ସା ପାଇଁ କୋଭିଡ ମେଡ଼ିକାଲକୁ ପଠାଯାଇଥଇବା ବେଳେ ଅନ୍ୟ ଜଣେ ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି ।

ରବିବାର ରାଜ୍ୟରେ ଚିହ୍ନଟ 25 ଆକ୍ରାନ୍ତଙ୍କୁ ମିଶାଇ ମୋଟ 132 ଜଣ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ୮୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ବି ୫୨ଟି ମାମଲା ସକ୍ରିୟ ରହିଛି । ସେଥିମଧ୍ୟରୁ ରାଙ୍କୀ ସ୍ଥିତ କୋଭିଡ଼ ହସ୍ପିଟାଲରେ ୫୧ଜଣ ଚିକିତ୍ସିତ ହେଉଥିବା ବେଳେ ଜଣେ ଭୁବନେଶ୍ବରେ ଚିକିତ୍ସିତ ହେଉଥିବା ନେଇ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିସହ ଜିଲ୍ଲାରେ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନଥିବାବେଳେ ଦୋକାନ ବଜାରରେ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

କେନ୍ଦୁଝରରେ ଆଉ ୨୫ କୋରୋନା ପଜିଟିଭ ଚିହ୍ନଟ

ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବେସରକାରୀ କ୍ଲିନିକ ଓ ହସ୍ପିଟାଲ ଗୁଡିକରେ ସରକାର ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ଯାଞ୍ଚକୁ କଡାକଡ଼ି କରାଯାଇଛି । ତେବେ ନିଜେ ସଚେତନ ରହିଲେ ଏହି ରୋଗ କବଳରୁ ରକ୍ଷା ପାଇବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jun 28, 2020, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.