ETV Bharat / state

ଆସୁନାହାଁନ୍ତି ଦିଦି: ଅଙ୍ଗନବାଡିରେ ତାଲା ପକାଇଲେ ମହିଳା - ଅଙ୍ଗନବାଡ଼ି କର୍ମୀ

ଅଙ୍ଗନବାଡ଼ି କର୍ମୀଙ୍କ ଅନୁପସ୍ଥିତି ନେଇ ଅଙ୍ଗନବାଡିରେ ତାଲା ପକାଇଲେ ମହିଳା । ସରକାର ବିଭିନ୍ନ ଯୋଜନା କରି ମାତୃ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ହୃଷ୍ଟପୃଷ୍ଟ କରାଇବା ପାଇଁ ଦାୟିତ୍ବ ନେଇଥାଏ ଅଙ୍ଗନବାଡି । ଜାଣନ୍ତୁ ପୁରା ଖବର...

ଆସୁନାହାଁନ୍ତି ଦିଦି; ଅଙ୍ଗନବାଡିରେ ତାଲା ପକାଇଲେ ମହିଳା

author img

By

Published : Jan 25, 2020, 2:23 PM IST

କେନ୍ଦୁଝର: ଅଙ୍ଗନବାଡ଼ି କର୍ମୀଙ୍କ ଅନୁପସ୍ଥିତି ନେଇ ଅଙ୍ଗନବାଡିରେ ତାଲା ପକାଇଲେ ମହିଳା । ସରକାର ବିଭିନ୍ନ ଯୋଜନା କରି ମାତୃ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ହୃଷ୍ଟପୃଷ୍ଟ କରାଇବା ପାଇଁ ଦାୟିତ୍ବ ନେଇଥାଏ ଅଙ୍ଗନବାଡି । ମାତ୍ର କର୍ମୀ କିନ୍ତୁ ତାଙ୍କର କାର୍ଯ୍ୟ ଠିକ ଭାବରେ ତୁଲାଉନଥିବା ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପ୍ରଶାସନ କିନ୍ତୁ ଏହାକୁ କର୍ଣ୍ଣପାତ କରିନଥିଲା ।

ଦଶଦିନ ହେବ କର୍ମୀ ଅଙ୍ଗନବାଡିକୁ ନ ଆସିବାରୁ ଗ୍ରାମବାସୀ, ଅଭିଭାବକ ଓ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଆଉ ଏଭଳି ଅବହେଳାକୁ ବରଦାସ୍ତ କରିନଥିଲେ । ଫଳରେ ଶନିବାର ଏକତ୍ରିତ ହୋଇ ଅଙ୍ଗନବାଡିରେ ପହଞ୍ଚି ତାଲା ପକାଇ ଦେଇଥିଲେ ।

ଆସୁନାହାଁନ୍ତି ଦିଦି; ଅଙ୍ଗନବାଡିରେ ତାଲା ପକାଇଲେ ମହିଳା

ସୂଚନା ଅନୁଯାୟୀ ସଦର ବ୍ଲକଡିମ୍ବ ଗ୍ରାମରେ ଥିବା ୨ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଆଜକୁ ଦଶଦିନ ହେବ କର୍ମୀ ଆସୁନାହାଁନ୍ତି । ସବୁଦିନେ ଛୋଟ ଶିଶୁ, ଗର୍ଭବତୀ ମହିଳା ଓ ଅଭିଭାବକ ଫେରି ଯାଉଥିଲେ । କିନ୍ତୁ ଗ୍ରାମବାସୀ ଆଉ ସହ୍ୟ କରିପାରିନଥିଲେ ।

ପ୍ରଥମେ ପାଚିକାକୁ ଡାକି ଶିଶୁଙ୍କୁ ଖାଦ୍ୟ ଦେବାପାଇଁ କହିଥିଲେ ମହିଳା । ମାତ୍ର ପାଚିକାଙ୍କୁ ଦିଦି ରୋଷେଇ ସାମଗ୍ରୀ ଦେଇନଥିବା କହି ଦୋକାନରୁ ଆଣି ଛୁଆଙ୍କୁ ଖାଇବାକୁ ଦେଇଥିଲେ । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ଶେଷରେ ଅଙ୍ଗନବାଡିରେ ତାଲା ପକାଇଥିଲେ ମହିଳା ।

ଅନ୍ୟପଟେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀଙ୍କୁ ଏ ବାବଦରେ ପଚାରିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ଅଙ୍ଗନୱାଡ଼ି କର୍ମୀଙ୍କ ଅନୁପସ୍ଥିତ ନେଇ ଅଙ୍ଗନବାଡି ତାଲା ପକାଇଲେ ମହିଳା Body:ଆଙ୍କର- ଶିଶୁଓ ମାତୃମାନଙ୍କପାଇଁ ବିଭିନ୍ନ ଜଜନା କରି ମାତୃ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଦେଇ ହୃଷ୍ଟ ପୃଷ୍ଟ ହେବାପାଇଁ ଦାଇତ୍ୱ ନେଇଥାଏ ଅଙ୍ଗନବାଡି କର୍ମୀ କିନ୍ତୁ ସେ କର୍ମୀ ତାଙ୍କର କାର୍ଯ୍ୟ ଠିକ ଭାବରେ ତୁଲାଉ ନଥିବା ଆଗରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପ୍ରସାସନ କିନ୍ତୁ ଶୁଣି ନଥିଲା ଦଶଦିନ ହେବ କର୍ମୀ ଜଣକ ଅଙ୍ଗନବାଡି କୁ ନ ଆସିବାରୁ ଗ୍ରାମବାସୀ, ଅଭିଭାବକ, ସ୍ୱଂସହାୟକ ଗୋଷ୍ଟି ମାନେ ଆଉ ବରଦାସ୍ତ କରି ନଥିଲେ ଆଜି ଏକତ୍ରିତ ଭାବେ ଅଙ୍ଗନ ବାଡିରେ ପହଂଚି ଥିଲେ । ଅଙ୍ଗନବାଡି ତାଲା ପକାଇ ବନ୍ଦ କରିଥିଲେ । ସୂଚନା ଅନୁଯାୟୀ ସଦର ବ୍ଲକଡିମ୍ବ ଗ୍ରାମରେ ଥିବା ୨ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଆଜିକୁ ଦଶଦିନ ହେବ କର୍ମୀ ଆସୁନାହାନ୍ତି ସବୁଦିନେ ଛୁଆ ଗର୍ଭବତୀ ମହିଳା ଅଭିଭାବକ ଆଦି ଫେରି ଯାଉଥିଲେ କିନ୍ତୁ ଗ୍ରାମବାସୀ ଆଉ ସହ୍ୟ କରିପାରିନଥିଲେ ଆଜି ସକାଳେ ଶତାଧିକ ମହିଳା ଅଙ୍ଗନବାଡି କେନ୍ଦ୍ରରେ ପହଂଚି ପାଚିକାକୁ ଡାକିଥିଲେ ଓ ଛୁଅମାନଙ୍କୁ ଖାଦ୍ୟ ଦେବାପାଇଁ କହିଥିଲେ ପାଚିକା ଜଣକ କହିଲେ ଦିଦି ମତେ କିଛି ଦେଇନାହାନ୍ତି ତାପରେ ପାଚିକା ଜଣକ ପାଖରେ ଥିବା ଦୋକାନରୁ ଆଣି ଛୁଆଙ୍କୁ ଖାଇବାକୁ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀଙ୍କୁ ପଚାରିବାରୁ ସେକହିଲେ ଏହାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପ୍ରକାଶ କରିଛନ୍ତି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.