ETV Bharat / state

ବାଉଁଶ କାରିଗରଙ୍କ ମୁଣ୍ଡରେ ଲକଡାଉନ ବୋଝ, 50 ପରିବାର ହନ୍ତସନ୍ତ - ରୋଜଗାର ଛଡାଇ ନେଲା ଲକଡାଉନ

ଲକଡାଉନ ଭାଙ୍ଗି ଦେଇଛି ବାଉଁଶ କାରୀଗରଙ୍କ ମେରୁଦଣ୍ଡ । ବାଉଁଶ ତିଆରି ଜିନିଷ ବିକ୍ରି ନହୋଇ ପଡିରହିଛି । କିଣିବାକୁ ଜଣେ ହେଲେ ଗ୍ରାହଣ ନାହାଁନ୍ତି । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୂରାପାଳ ଗାଁର । ଅଧିକ ପଢନ୍ତୁ ...

ରୋଜଗାର ଛଡାଇ ନେଲା ଲକଡାଉନ
ରୋଜଗାର ଛଡାଇ ନେଲା ଲକଡାଉନ
author img

By

Published : May 11, 2021, 5:08 PM IST

Updated : May 14, 2021, 8:21 AM IST

ଆନନ୍ଦପୁର: ଦୁର୍ଦ୍ଦିନରେ ବାଉଁଶ କାରିଗର । ଲକଡାଉନ ଭାଙ୍ଗି ଦେଇଛି ବାଉଁଶ କାରିଗରଙ୍କ ମେରୁଦଣ୍ଡ । ବାଉଁଶ ତିଆରି ଜିନିଷ ବିକ୍ରି ନହୋଇ ପଡିରହିଛି ।କିଣିବାକୁ ଜଣେ ହେଲେ ଗ୍ରାହକ ନାହାଁନ୍ତି । ରୋଜଗାର ଛଡାଇ ନେଲା ଲକଡାଉନ । ବଜାର ବନ୍ଦ ଓ କଟକଣା ଯୋଗୁଁ ବାହାରୁ ଗାଡି ଆସି ନପାରିବାରୁ କ୍ଷତି ସହୁଛନ୍ତି କାରିଗର । ବାଉଁଶରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ତାକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୂରାପାଳ ଗାଁର ।

ଏହି ଗାଁରେ ପାଖାପାଖି ୫୦ ପରିବାର ବାଉଁଶ କାରିଗର । ବାଉଁଶରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ତାହାକୁ ବିକି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଲକଡାଉନ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରିଗର । ନା ତିଆରି ଜିନିଷ ବିକି ପାରୁଛନ୍ତି ନା କଞ୍ଚା ମାଲ ଆଣିପାରୁଛନ୍ତି । ଲକଡାଉନ ପାଇଁ ହାଟ ବଜାର ବନ୍ଦ ସହ କଟକଣା ଲାଗିରହିଥିବାରୁ ରୋଜଗାର ପୁରା ସୁନ ହୋଇପଡିଛି । ଯାହାକି ପରିବାର ଚଳାଇବା କଷ୍ଟକର ହୋଇପଡିଛି ।

ରୋଜଗାର ଛଡାଇ ନେଲା ଲକଡାଉନ

ସରକାର ତରଫରୁ କିଛି ସହାୟତା ମିଳିଲେ କିଛିଟା ଉପକୃତ ହୋଇପାରିବେ ବୋଲି କହିଛନ୍ତି ବାଉଁଶ କାରିଗରମାନେ । ସରକାର ପକ୍ଷରୁ ବିକ୍ରି ବଟାର ସୁବିଧା ସହ କିଛି ସହାୟତା ରାଶୀ ଦେବାକୁ କାରିଗରମାନେ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : May 14, 2021, 8:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.