ETV Bharat / state

ଅମ୍ଫାନ ପ୍ରଭାବ: କେନ୍ଦୁଝରରେ ଭାଙ୍ଗିଲା ପେଟ୍ରୋଲ ପମ୍ପ ଛାତ

author img

By

Published : May 21, 2020, 12:19 AM IST

କିଷାନ ସେବା କେନ୍ଦ୍ର ଦ୍ବାରା ପରିଚାଳିତ ଏହି ପେଟ୍ରୋଲପମ୍ପର ଉପର ଛାତ ଭାଙ୍ଗି ତଳେ ପଡିଯାଇଛି । ଅଧିକ ପଢ଼ନ୍ତୁ...

amphan-effect-petrol-pump-roof-broken-in-keonjhar
ଅମ୍ଫାନ ପ୍ରଭାବ: କେନ୍ଦୁଝରରେ ଭାଙ୍ଗିଲା ପେଟ୍ରୋଲ ପମ୍ପ ଛାତ

କେନ୍ଦୁଝର: କୋରୋନା ମହାମାରୀ ସହ ସମସ୍ୟା ବଢାଇଛି ମହାବାତ୍ୟା ଅମ୍ଫାନ । ଏହାର ପ୍ରଭାବ ଓଡି଼ଶାରେ ଦେଖା ଦେଇଛି । ଏହି ପ୍ରଭାବ ଯୋଗୁଁ ଓଡ଼ିଶାର ତଟବର୍ତ୍ତୀ ଜିଲ୍ଲା ସହ କେନ୍ଦୁଝରରେ ମଧ୍ୟ ପବନ ସାଙ୍ଗକୁ ବର୍ଷା ହୋଇଥିଲା ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହ ତୁହାକୁ ତୁହା ବର୍ଷା ହୋଇଥିଲା । ଏହି ବର୍ଷା ପବନ ଦ୍ବାରା ଜନ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭାଗମୁଣ୍ଡାଠାରେ ଥିବା ପେଟ୍ରୋଲପମ୍ପ କ୍ଷତିଗ୍ରସ୍ତ ହୋଇଛି । କିଷାନ ସେବା କେନ୍ଦ୍ର ଦ୍ବାରା ପରିଚାଳିତ ଏହି ପେଟ୍ରୋଲପମ୍ପର ଉପର ଛାତ ଭାଙ୍ଗି ତଳେ ପଡିଯାଇଛି । ଏହା ଦ୍ୱାରା କୌଣସି ମନୁଷ୍ୟ ଜୀବନ କ୍ଷତିଗ୍ରସ୍ତ ହୋଇନଥିବା ବେଳେ ସାମୟିକ ଭାବେ ପେଟ୍ରୋଲିୟମ ସେବା ଏହି କେନ୍ଦ୍ରରେ ବନ୍ଦ ହୋଇଛି । ଦ୍ରୁତ ପବନ ଯୋଗୁଁ ଉକ୍ତ ଅଞ୍ଚଳରେ ବହୁ ଗଛ ନଷ୍ଟ ହୋଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.