ETV Bharat / state

କଚ୍ଚା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ - କେନ୍ଦୁଝର ଖବର

ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସିରା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଅଧିକ ପଢନ୍ତୁ...

ଭଲ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

author img

By

Published : Aug 2, 2020, 12:49 PM IST

କେନ୍ଦୁଝର: ସ୍ବାସ୍ଥ୍ୟ ସେବାର ପୁଣି ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସିରା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ ।

ସୂଚନାନୁସାରେ, ଶନିବାର ବସିରା ଗାଁ ଚତୁରୀ ସାହିର ଜଣେ ୬୫ ବର୍ଷୀୟ ବୃଦ୍ଧ ସୁନାରାମ ମୁଣ୍ଡାଙ୍କ ଶରୀର ଅସୁସ୍ଥ ହୋଇଥିଲା । ଅପରାହ୍ନରେ ଗୁରୁତର ସୁନାରାମଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ତେବେ ଗାଁ ରାସ୍ତା ଖରାପ ଥିବାରୁ ଚତୁରୀ ସାହି ପର୍ଯ୍ୟନ୍ତ ଯାଇପାରିନଥିଲା ଆମ୍ବୁଲାନ୍ସ । ଫଳରେ ୨ କିମି ପୂର୍ବରୁ ରଜିଆ ବନ୍ଧ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ ଅମରନାଥ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଉତ୍କଳ ମହାନ୍ତ ଚାଲିଚାଲି ଚତୁରୀ ସାହିକୁ ଯାଇ ଅସୁସ୍ଥ ସୁନାରାମଙ୍କୁ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ୨ କିମି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।

ଭଲ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଦୀର୍ଘ ଦିନ ହେବ ବସିରା ଗାଁରେ ଥିବା ଏହି ରାସ୍ତା କାଦୁଅ ଓ ଖାଲଖମାରେ ପୂରି ରହିଛି । ବାରମ୍ବାର ଅଭିଯୋଗ ପରେବି ରାସ୍ତା ନିର୍ମାଣ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.