କେନ୍ଦୁଝର: ସାମୁଦ୍ରିକ ବାତ୍ୟା ଫନିରେ ପୂର୍ବ ଓଡିଶାର ପୁରୀ ,ଭୁବନେଶ୍ୱର, ଖୋର୍ଦ୍ଧା ଆଦି ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାପରେ ବାତ୍ୟା ଅଞ୍ଚଳର ପୁନଃଉଦ୍ଧାର ପାଇଁ ବହୁ ସ୍ଥାନରୁ ଛୁଟୁଛି ସହାୟତାର ସୁଅ ।
ସେହିପରି କେନ୍ଦୁଝର ଜିଲ୍ଲାପାଳଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ପ୍ରତିଦିନ କେନ୍ଦୁଝରରେ କାର୍ଯ୍ୟରତ କମ୍ପାନୀ, ସ୍ୱେଚ୍ଛାସେବୀ ସଂଗଠନ ଲକ୍ଷାଧିକ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି ।
ଆଜି ଡ୍ରିମ୍ସ ସ୍ୱେଚ୍ଛାସେବୀ ସଂଗଠନ, ଏମଏସପି ସ୍ପଞ୍ଜ ଆଇରନ କମ୍ପାନୀ, ସେରାଜିମ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ ମାଧ୍ୟମରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହାକୁ ଜିଲ୍ଲାପାଳ ଗ୍ରହଣ କରିବା ସହ ଯଥାଶୀଘ୍ର ରିଲିଫ ଫଣ୍ଡକୁ ପଠାଇବେ ବୋଲି କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ