ETV Bharat / state

ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଘରୋଇ କୋଚିଂ ଛାତ୍ରାବାସ ଉପରେ ତଦନ୍ତ ନିର୍ଦ୍ଦେଶ - କୋଚିଂ ସେଣ୍ଟରରେ ଥିବା ଛାତ୍ରାବାସ

କୋଚିଂ ସେଣ୍ଟର ଛାତ୍ରାବାସରେ ଘଟିଥିବା ଘଟଣା ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ । କୋଚିଂ ସେଣ୍ଟରରେ ଥିବା ଛାତ୍ରାବାସରେ କିପରି ରହିଛି ବ୍ୟବସ୍ଥା ତଦନ୍ତ କରିବ ଟିମ୍ । ଅଧିକ ପଢନ୍ତୁ

ସାପ କାମୁଡା ଶିଶୁ ମୃତ୍ୟୁ ପରେ ଚେତିଲା ପ୍ରଶାସନ

author img

By

Published : Jul 25, 2023, 4:42 PM IST

Updated : Jul 25, 2023, 5:33 PM IST

ସାପ କାମୁଡାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ

କେନ୍ଦୁଝର: ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଥିବା କୋଚିଂ ସେଣ୍ଟର ଛାତ୍ରାବାସରେ ଘଟିଥିବା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଗତ ଶନିବାର ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ୩ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଠାରୁ ଅରମ୍ଭ କରି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟ ପ୍ରକାଶ ପାଇଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଗଠନ ହୋଇଛି । ସବୁ ବ୍ଲକ ତହସିଲଦାର, ବିଡ଼ିଓ ଓ ବିଇଓଙ୍କୁ ନେଇ ଏହି ଟିମ ଗଠନ ହୋଇଛି ।

ଏହି ଟିମ ବିଭିନ୍ନ ସ୍ଥାନରେ ଗଢିଉଠିଥିବା କୋଚିଂ ସେଣ୍ଟରରେ ଥିବା ଛାତ୍ରାବାସ କିପରି ବ୍ୟବସ୍ଥା ଅଛି ତଦନ୍ତ କରିବ । ଏହାସହ କୋଚିଂ ସେଣ୍ଟର ଅନୁମତି ପତ୍ର ନେଇ ମଧ୍ୟ ତଦନ୍ତ କରିବ ଟିମ । ଏହା ସହ ଚମ୍ପୁଆ ଘଟଣାରେ ଛାତ୍ରଛାତ୍ରୀଙ୍କ ସରକାରୀ ସୁବିଧା ନେଇ ବିଭିନ୍ନ ଦିଗ ଗୁଡିକ ନେଇ ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଚମ୍ପୁଆ ବ୍ଲକ୍ ଶିକ୍ଷା ଅଧିକାରୀ ଚିଠିରେ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।

ତଦନ୍ତ ରିପୋର୍ଟ ଅନୁଯାୟୀ, ବଟକୃଷ୍ଣ ବିଦ୍ୟାପୀଠ ନାମରେ ଆବାସିକ କୋଚିଂ ସେଣ୍ଟର ଚାଲୁଥିବା ବେଳେ ୬ଟି ଛୋଟ କୋଠରିରେ ୧୧୬ ଜଣ ଅନ୍ତେବାସୀଙ୍କୁ ରଖାଯାଇଥିଲା । ଅନ୍ତେବାସୀଙ୍କୁ ଶୋଇବା ପାଇଁ ଖଟ ଦିଆଯାଇ ନ ଥିବାରୁ ସେମାନେ ତଳେ ବେଡସିଟ୍ ପକାଇ ଶୋଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଛାତ୍ରାବାସର ପରିବେଶ ଅତ୍ୟନ୍ତ ଅପରିଷ୍କାର ଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ବମ୍ପୁଆ ଏବିଇଓ ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ନରେନ୍ଦ୍ର କୁମାର ନାଏକ ତଦନ୍ତ କରିଥିଲେ । ଘଟଣା ପରେ ଅଭିଭାବକ ସେମାନଙ୍କର ପିଲାମାନଙ୍କୁ କୋଚିଂ ସେଣ୍ଟରରୁ ଘରକୁ ନେଇ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ: Snake Bite Death: କୋଚିଂ ସେଣ୍ଟରରେ ଶୋଇଥିଲେ ଦଂଶିଲା ବିଷଧର ସାପ, ଆଖି ବୁଜିଲେ 3 ଛାତ୍ରଛାତ୍ରୀ

ଉନ୍ନତମାନର ଶିକ୍ଷା ସହ କୋଚିଂ ଦେବାର ପ୍ରଲୋଭନ ଦେଇ ନିଶ୍ଚିନ୍ତପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ବର ମହାନ୍ତ ଆବାସିକ କୋଚିଂ ସେଣ୍ଟର କରି ପିଲାଙ୍କୁ ରଖିଥିଲେ । ଛାତ୍ରୀଛାତ୍ର ଜଣଙ୍କ ପିଛା ବାର୍ଷିକ ୨୦ ହଜାର ଟଙ୍କା ନେଉଥିଲେ । ଏଥିପାଇଁ ଶିକ୍ଷା ବିଭାଗ କିମ୍ବା ସ୍ଥାନୀୟ ପୋଲିସ ଠାରୁ କୌଣସି ଅନୁମତି ନେଇ ନଥିବା ରିପୋର୍ଟରୁ ପ୍ରକାଶ ପାଇଛି । ଏନେଇ ବିଭାଗ ପାଖରେ କୌଣସି ସୂଚନା ମଧ୍ୟ ନଥିବା ଜଣା ପଡିଛି । ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି , ‘‘ବିଇଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିଜ ଅଞ୍ଚଳରେ ଥିବା କୋଚିଂ ସେଣ୍ଟର ବା ବେଆଇନ ହଷ୍ଟେଲ ଯାଞ୍ଚକରି ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଇଟିଭି ଭାରତ, କେନ୍ଦୁଝର

Last Updated : Jul 25, 2023, 5:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.