ETV Bharat / state

ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ - ଆଦର୍ଶ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବ

କେନ୍ଦୁଝର ବୋଦାପଳସା ଗାଁରେ ପ୍ରତିଷ୍ଠିତ ହୋଇଥିବା ନୂତନ ଆଦର୍ଶ ବିଦ୍ୟାଳୟରେ ଭର୍ତ୍ତିଭୂମିର ଅଭାବ । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ । ଅଧିକ ପଢନ୍ତୁ

ଆଦର୍ଶ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

author img

By

Published : Apr 4, 2022, 5:50 PM IST

କେନ୍ଦୁଝର: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । ଏହାର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନଥିବା ଅଭିଯୋଗ ହୋଇଛି ।

ଆଦର୍ଶ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ଏଭଳି ଅଭିଯୋଗ ଆସିଛି ସଦର ବ୍ଲକ ବୋଦାପଳସା ଗାଁରେ ପ୍ରତିଷ୍ଠିତ ହୋଇଥିବା ନୂତନ ଆଦର୍ଶ ବିଦ୍ୟାଳୟରେ । ଏହି ବିଦ୍ୟାଳୟଟି ନୂତନ ଭାବେ ନିର୍ମାଣ କରାଯାଇଥିଲା ବେଳେ ହଷ୍ଟେଲ ରହିଛି । ହେଲେ ନାନା ଅସୁବିଧା ରହିଛି । ଏହା ଫଳରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନେଇ ଆଜି(ସୋମବାର) ଶତାଧିକ ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.