ETV Bharat / state

ଜରିମାନା ନଦେବାରୁ ଖଣି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ - ଜରିମାନା

ଓପିଡ଼ିଆର ଆକ୍ଟ 1962 ଅନୁଯାୟୀ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜରିମାନା ଦାଖଲ କରି ନଥିବାରୁ ଦୁଇ ଜଣ ଖଣି ମାଲିକଙ୍କ ସମ୍ପତ୍ତି ଜବତ ପାଇଁ ଜିଲ୍ଲାପାଳ ୱାରେଣ୍ଟ ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବଦଦାତା, କେନ୍ଦୁଝର
author img

By

Published : Jun 29, 2019, 4:44 PM IST

କେନ୍ଦୁଝର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲାର 3 ଖଣି ଜରିମାନା ଖିଲାପକାରୀ ଓ ୩୧ଟି ଖଣିର 23 ଲିଜଧାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ 2018 ମେ 24 ତାରିଖ ଏକ ସାର୍ଟିଫିକେଟ କେସ୍ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବଦଦାତା, କେନ୍ଦୁଝର

ମାମଲାରେ ଶନିବାର କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କୋର୍ଟରେ ୬ ଜଣ ଖଣି ମାଲିକରୁ ୫ ଖଣି ମାଲିକ ହାଜର ହୋଇଥିଲେ । ଓପିଡ଼ିଆର ଆକ୍ଟ 1962 ଅନୁଯାୟୀ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜରିମାନା ଦାଖଲ କରି ନଥିବାରୁ ଦୁଇ ଜଣ ଖଣି ମାଲିକଙ୍କ ସମ୍ପତ୍ତି ଜବତ ପାଇଁ ଜିଲ୍ଲାପାଳ ୱାରେଣ୍ଟ ଜାରି କରିଛନ୍ତି ।

ଦୁଇ ଜଣ ଖଣି ମାଲିକଙ୍କ ନାମ ଏମ ଆର ଦାସ ଏବଂ ଅର୍ଜ୍ଜୁନ ଲୋଧା ହୋଇଥିବା ବେଳେ ଏକ ମାସ ମଧ୍ୟରେ ସେମାନଙ୍କ ସମ୍ପତ୍ତି ଜବତ କରିବା ପାଇଁ ପୋଲିସ ଓ ସଂପୃକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏସ୍ ଡି ଶର୍ମା, ବିପିଏମ୍ଇ, ବାସୁଦେବ ଅଗ୍ରୱାଲ, ବି କେ ମହାନ୍ତି , ବି ଡି ପଟନାୟକ ଓ ନାରାୟଣୀ ଏଣ୍ଡ ସନ୍ସ କମ୍ପାନୀକୁ ଜିଲ୍ଲାପାଳ ନୋଟିସ ଦେଇଥିଲେ । ଶନିବାର ବିଡି ପଟ୍ଟନାୟକ ଦୁଇ କୋଟି ଟଙ୍କା ପୈଠ କରିଥିବା ବେଳେ ଫେକର ଓ ମେସ୍କୋ କମ୍ପାନୀ ସମୟ ନେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଦୁଇ ଖଣି କଂପାନୀ କୁ ଖଣି ଜୋରିମାନା ଖିଲାପ କରିଥିବାରୁ କାର୍ଯ୍ୟାନୁଷ୍ଠାନBody:
ଆଙ୍କର- ସୁପ୍ରିମକୋର୍ଟ ନିର୍ଦେଶ ଅନୁଯାୟୀ 3କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର 23 ଲିଜଧାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ। ଏଥିପାଇଁ ଜିଲ୍ଲାମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ 2018ମେ 24 ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଏହି ମାମଲାରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳ ଙ୍କ କୋର୍ଟରେ ୬ ଜଣ ଖଣି ମାଲିକ ରୁ ୫ଜଣ ଖଣି ମାଲିକ ହଜାର ହୋଇଥିଲେ । ଆଜି ଓପିଡ଼ିଆର ଆକ୍ଟ 1962 ଅନୁଯାଇ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ ଦୁଇ ଜଣ ଖଣି ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରିକଲେ ଜିଲ୍ଲାପାଳ । ସେହି ଦୁଇ ଜଣ ହେଲା ଏମ ଆର ଦାସ ଏବଂ ଅର୍ଜ୍ଜୁନ ଲୋଧା । ଏକ ମାସ ମଧ୍ୟରେ ସମ୍ପତି ଜବତ କରିବା ପାଇଁ ପୋଲିସ ଓ ସଂପୃକ୍ତ ତହସିଲଦାର ଙ୍କୁ ଦେଲେ ନିର୍ଦେଶ ହୋଇଛି । ପ୍ରକାଶ ଯେ ପୂର୍ବ ତାରିଖ ରେ ଏସ୍ ଡି ଶର୍ମା, ବିପିଏମ୍ଇ, ବାସୁଦେବ ଅଗ୍ରୱାଲ, ବି କେ ମହାନ୍ତି , ବି ଡି ପଟନାୟକ ଓ ନାରାୟଣୀ ଏଣ୍ଡ ସନ୍ସ କମ୍ପାନୀ କୁ ଜିଲ୍ଲାପାଳ ନୋଟିସ ଦେଇଥିଲେ । କିନ୍ତୁ ଆଜି , ବି ଡି ପଟନାୟକ ଦୁଇ କୋଟି ଟଙ୍କା ଦିପୋଜିଟ କରିଥିବା ବେଳେ ଫେକର ଓ ମେସ୍କୋ କମ୍ପାନୀ ସମୟ ନେଇଛନ୍ତି ।
ବାଇଟ,,,,ଆଶିଷ ଠକେରେ,,,ଜିଲାପାଳConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.