ETV Bharat / state

ବାଇକ-ସାଇକେଲ ଧକ୍କା: ଜଣେ ମୃତ, ଦୁଇ ଗୁରୁତର - cycle

ବଣୁଆଁ ଗ୍ରାମର ଅଜୟମୁଣ୍ତା ଓ ତାଙ୍କ ସାଥିରେ ତିନିଜଣ ବାଇକରେ ପଦ୍ମପୁର ପଟୁ ବଣୁଆଁ ଅଭିମୁଖେ ଘରକୁ ନିଶାଶକ୍ତ ହୋଇ ଯାଉଥିଵା ଦୁର୍ଘଟଣା ଘଟିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 14, 2019, 11:21 AM IST

Updated : Jun 18, 2019, 10:56 AM IST

କେନ୍ଦୁଝର: ବାଇକ୍ ସାଇକେଲ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଭୁବନାନନ୍ଦ ପବ୍ଲିକସ୍କୁଲ ନିକଟସ୍ଥ ବାଇପାସ ସର୍ଭିସ ରୋଡ଼ ନିକଟରେ ବାଇକ୍ ସାଇକେଲ ଧକ୍କାରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାମୂତାବକ, ବଣୁଆଁ ଗ୍ରାମର ଅଜୟମୁଣ୍ତା ଓ ତାଙ୍କ ସାଥିରେ ତିନିଜଣ ବାଇକରେ ପଦ୍ମପୁର ପଟୁ ବଣୁଆଁ ଅଭିମୁଖେ ଘରକୁ ନିଶାଶକ୍ତ ହୋଇ ଯାଉଥିଵା ବେଳେ ଭାରସାମ୍ୟ ହରାଇ ପୁଟୁଳିଆ ନିକଟରେ ବଳଦକୁ ଧକ୍କା ଦେଇଥିଲେ । ଫଳରେ ବଳଦଟିର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା ।

ଏହାପରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ । ସାଇକେଲ ଆରୋହୀ ସାମାନ୍ୟ ଗୁରୁତର ହୋଇଥିଲେ ମଧ୍ୟ ବାଇକ୍ ଆରୋହୀ ଦୁଇଜଣ ସାଥୀ ଗୁରୁତ୍ତର ଆହତ ହୋଇଥିଲେ । ଖବର ପାଇ ସଦର ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତିନିଜଣ ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସେଠାରେ ଚିକିତ୍ସା ଆରମ୍ଭରୁ ଜଣଙ୍କର ମୃତ୍ଯ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି। ସଦର ପୋଲିସ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

xfygm,

Conclusion:
Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.