ETV Bharat / state

ମାତୃ ଓ ଶିଶୁ ଯତ୍ନ କ୍ଷେତ୍ରରେ କେନ୍ଦୁଝର ଅଗ୍ରଣୀ, ‘ଆମ କଳିକା’ର ବଢ଼ିଛି ଗୁରୁତ୍ୱ - ପୋଷଣ ମାଧ୍ୟମରେ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ

ମାତୃଓ ଶିଶୁ ଯତ୍ନ ପାଇଁ କର୍ମଶାଳା ଅନୁଷ୍ଠିତ । ଗର୍ଭାବସ୍ଥାର ଶିଶୁ ଓ ଜନ୍ମ ହେବାର ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କର କିପରି ଯତ୍ନ ନିଆଯିବ ସେନେଇ କରାଯାଇଛି ସଚେତନ । ଅଧିକ ପଢନ୍ତୁ

ମାତୃଓ ଶିଶୁ ଯତ୍ନ କ୍ଷେତ୍ରରେ କେନ୍ଦୁଝର ଅଗ୍ରଣୀ

author img

By ETV Bharat Odisha Team

Published : Oct 1, 2023, 8:09 AM IST

ମାତୃଓ ଶିଶୁ ଯତ୍ନ କ୍ଷେତ୍ରରେ କେନ୍ଦୁଝର ଅଗ୍ରଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପୋଷଣ ମାଧ୍ୟମରେ ସଶକ୍ତିକରଣ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ସୁସ୍ଥ କେନ୍ଦୁଝର ଶୀର୍ଷକରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ୟୁନିସେଫ୍ ଓଡ଼ିଶାର ବରିଷ୍ଠ ପରାମର୍ଶଦାତା ଅଖିଳ ବିହାରୀ ହୋତା ମାତୃ ଓ ଶିଶୁ ଯତ୍ନ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ।

ବରିଷ୍ଠ ପରାମର୍ଶଦାତା ୟୁନିସେଫ ଓଡ଼ିଶା ଅଖିଳ ବିହାରୀ ଓତା କହିଛନ୍ତି, "କେନ୍ଦୁଝର ଜିଲ୍ଲାରେ ଆମ କଳିକା, ମା ଗୃହ, ପୁଷ୍ଟି ପୁନର୍ବାସ କେନ୍ଦ୍ର ଇତ୍ୟାଦି ଗୋଟିଏ ଗୋଟିଏ ଅଭିନବ କାର୍ଯ୍ୟକ୍ରମ ହୋଇଛି । କିଭଳି ଭାବେ ଜଣେ ମା’ ଓ ଶିଶୁର ଯତ୍ନ ନିଆଯାଇପାରିବ ଏହିସବୁ ପ୍ରୟାସ ଜରିଆରେ କେନ୍ଦୁଝର ଜିଲ୍ଲା ସାରା ରାଜ୍ୟରେ ଅଗ୍ରଣୀ ହୋଇପାରିଛି । କେନ୍ଦୁଝର ଏକ ନିଜସ୍ୱ ମଡେଲ୍ ତିଆରି କରିଛି, ଯାହାକୁ ଅନ୍ୟମାନେ ଅନୁସରଣ କରୁଛନ୍ତି ।"

ସେହିଭଳି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି, କେନ୍ଦୁଝର ଜିଲ୍ଲାରେ ମାତୃ ଓ ଶିଶୁ ଯତ୍ନ ଦିଗରେ ବହୁ ଅଭିନବ କାର୍ଯ୍ୟକ୍ରମ ସବୁ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ‘ଆମ କଳିକା’ ଏକ ନିଆରା କାର୍ଯ୍ୟକ୍ରମ । 3 ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଆଣି ଗୋଟିଏ ଜାଗାରେ ସେମାନଙ୍କର ସମସ୍ତ ପ୍ରକାରର ଯତ୍ନନେବା ବେଶ୍ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । ହେଲେ ଆମର ଅଧିକାରୀ ଓ କର୍ମକର୍ତ୍ତାମାନେ ଏହାକୁ ସଫଳ କରି ଦେଖାଇଛନ୍ତି । ନୀତି ଆୟୋଗଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଏହାର ଭରପୂର ପ୍ରଶଂସା କରିଛନ୍ତି । କେନ୍ଦୁଝରର ଏହି ସଫଳତାରେ ପ୍ରେରିତ ହୋଇ ଅନ୍ୟ ଜିଲ୍ଲାମାନେ ମଧ୍ୟ ଏହି ମଡେଲକୁ ଅନୁସରଣ କରୁଛନ୍ତି । ଏହା ଆମପାଇଁ ଅତ୍ୟନ୍ତ ଗର୍ବର କଥା । ସେହିଭଳି ସରକାରୀ ସ୍ତରରେ ସଫଳ ଓ ସୁରକ୍ଷିତ ପ୍ରସବ ପାଇଁ ‘ମା ଗୃହ’ ବ୍ୟବସ୍ଥା ଆମ ଜିଲ୍ଲାର ଏକ ସଫଳ କାର୍ଯ୍ୟକ୍ରମ ।"

ଏହା ମଧ୍ୟ ପଢନ୍ତୁ...ଶିଶୁ ମୃତ୍ୟୁହାର କିପରି ରୋକାଯାଇ ପାରିବ, ସଚେତନ କଲେ ଡାକ୍ତର

ସେ ଅହୁରି ମଧ୍ୟ କହିଛନ୍ତି,"କେନ୍ଦୁଝର ସାରା ଦେଶରେ ପ୍ରଥମ ଜିଲ୍ଲା ଯେଉଁଠି ସବୁଦିନ ସ୍କୁଲ ଓ ଅଙ୍ଗନବାଡ଼ିରେ ପିଲାମାନଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି । ଓଡ଼ିଶା ମିଲେଟ୍ ମିଶନକୁ କାର୍ଯ୍ୟକାରୀ କରିବାରେ ମଧ୍ୟ କେନ୍ଦୁଝର ଏକ ଅଗ୍ରଣୀ ଜିଲ୍ଲା । ରାଜ୍ୟର ପ୍ରଥମ ମିଲେଟ୍ କାଫେ କେନ୍ଦୁଝରରେ ପ୍ରତିଷ୍ଠା ହେବା ସାଙ୍ଗକୁ ପ୍ରଥମ କରି ରାଗି ଲଡ଼ୁ ବଣ୍ଟନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । ଏ ସମସ୍ତ ପ୍ରକାରର ହସ୍ତକ୍ଷେପ ଜିଲ୍ଲାରେ ଶିଶୁ ଯତ୍ନ ଓ ସୁରକ୍ଷା ଦିଗରେ ବେଶ୍ ଭଲ ପ୍ରଭାବ ପକାଇଛି । ଏଭଳି ନିଆରା କର୍ମଶାଳା ଆଗାମୀ ଦିନରେ ଫଳପ୍ରଦ ସାବ୍ୟସ୍ତ ହେବ ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.