କେନ୍ଦୁଝର: ରାସ୍ତା ପାଖ ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଉପରକଇଁସାରି ଗାଁ ନିକଟ ଗନ୍ଧମାର୍ଦ୍ଧନ ନାଳରେ ବଗ ମୁଣ୍ଡା ନାମକ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଉକ୍ତ ମହିଳାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।
ପ୍ରକାଶ ଯେ, ତାଙ୍କ ସ୍ଵାମୀ କିଛି ମାସ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଏକ ଛୋଟ ଛୁଆଟିଏ ମଧ୍ୟ ଅଛି । ଆଜି(ବୁଧବାର) ସକାଳୁ ନାଳରେ ମୃତଦେହକୁ ଦେଖି ସଦର ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ