ETV Bharat / state

ଯନ୍ତ୍ରଣାର ବିଛଣାରେ 'ପ୍ରମିଳା', କେବେ ମିଳିବ ସମ୍ପୂର୍ଣ୍ଣ ସହାୟତା

author img

By

Published : Sep 24, 2019, 2:54 PM IST

ରୋଗ ଯନ୍ତ୍ରଣା ଓ ଅର୍ଥ ଅଭାବରେ ଛଟପଟ ହେଉଛନ୍ତି କେନ୍ଦୁଝର ଟିକରପଡା ଗାଁର ପ୍ରମିଳା ମୁଣ୍ଡା । 2 ନାବାଳକ ଶିଶୁକୁ ଧରି ଶଯ୍ୟାଶାୟୀ ପାଲଟିଛି ଥିବା ମହିଳାଙ୍କୁ ଏବେ କେବଳ ସରକାରୀ ସହୟତା ଆବଶ୍ୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସ୍ବାମୀଙ୍କ ମୃତ୍ୟୁ ପରେ ରୋଗରେ ଜର୍ଜରିତ ପ୍ରମିଳା ମୁଣ୍ଡା । 2 ମାସ ପୂର୍ବରୁ ରୋଗାଗ୍ରସ୍ତ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅସହାୟ ହୋଇପଡିଛି ମହିଳା ଜଣକ । ଘରେ କେବଳ ନାବାଳକ ପୁଅ ଓ ଝିଅ । ଖାଇବାକୁ ଦାନା ପାଉନଥିବାବେଳେ ଏବେ ଦାଉ ସାଜିଛି ରୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସଦର ବ୍ଲକର ଟିକରପଡା ଗାଁର ପ୍ରମିଳା ମୁଣ୍ଡା । ଦୀର୍ଘ 2 ମାସ ହେବ ଯନ୍ତ୍ରଣାର ଶଯ୍ୟାଶାୟୀରେ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଘଟଗାଁ ଚିକିତ୍ସାଳୟ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅର୍ଥ ଅଭାବରୁ ଏବେ ସେ ଘରେ ଚିକିତ୍ସିତ ହେଉଛନ୍ତି ।

ପ୍ରମିଳାଙ୍କ ଦେଖାଶୁଣା ତାଙ୍କ ବଡ ଯା' କରୁଥିବାବେଳେ ସେ ମଧ୍ୟ ବିଧବା । ଆଉ ତାଙ୍କର ମଧ୍ୟ 4ଟି ପିଲା ଥିବାବେଳେ ଚଳିବା ବଡ କଷ୍ଟକର ହୋଇପଡିଛି । ତେବେ କୌଣସି ସରକାରୀ ସହାୟତା ମିଳିଲେ ପ୍ରମିଳାଙ୍କ ଚିକିତ୍ସା ହୋଇପାରିବ ବୋଲି ପରିବାରଲୋକେ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ, ପ୍ରମିଳାଙ୍କ ଖବର ପାଇବା ପରେ ପ୍ରଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିବା ସହ କଟକ ବଡ ମେଡିକାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ସାହାଯ୍ୟ ଅପେକ୍ଷାରେ ନିରାଶ୍ରୟ ମହିଳା, ପ୍ରଶାସନ ବଢାଇଲା ସାହାଯ୍ୟର ହାତBody:
ଆଙ୍କର - ସ୍ୱାମୀ ଙ୍କ ଦୁଇ ମାସ ହେବ ଦୁରାରୋଗ୍ୟ ରେ ମୃତ୍ୟୁ ହୋଇଛି । ଏବେ ସ୍ତ୍ରୀ ନିଜେ ଅସହାୟ ଅବସ୍ଥାରେ ଖଟରେ ପଡି ରହିଛନ୍ତି । ଘରେ ଦୁଇ ନାବାଳକ ପୁଅ ଝିଅ । କିଏ ସାହାଯ୍ୟ କରିବେ ଯେ ବଞ୍ଚିବେ ବୋଲି ଦୁଃଖ ର ସହକାରେ କହିଛନ୍ତି ପ୍ରମିଳା ମୁଣ୍ଡା । ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମର ପ୍ରମିଳା ମୁଣ୍ଡା ଦୁଇ ମାସ ହେବ ଖଟରେ ଶଯ୍ୟା ସାଇ ଅଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ରୋଗହେବାରୁ ପ୍ରଥମେ ଘଟଗାଁ ଚିକିତ୍ସାଲୟ ଏବଂ ପରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଭଲ ନହେବାରୁ ନିଜ ଘରକୁ ପଳାଇ ଆସିଥିଲେ । ଘରେ ଦେଶୀ ଚିକିତ୍ସା ଭରଷା ରେ ରହି ଖଟରେ ପଡିରହିଛନ୍ତି । ନିଜର ବଡ଼ ଯା ଦୁଃଖ କଷ୍ଟ କରି ସେବା କରୁଛନ୍ତି । ସେ ମଧ୍ୟ ବିଧବା ହୋଇଥିବାରୁ ନିଜର ଚାରୋଟି ଛୁଆ ଏବଂ ପ୍ରମିଳା ଙ୍କ ଦୁଇ ଛୁଆ ସହ ତିନି ଜଣଙ୍କୁ ପୋଷିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି । କୌଣସି ସରକାରୀ ସାହାଯ୍ୟ ନମିଳିପାରିବାରୁ କେମିତି ଚିକିତ୍ସା କରିବେ ସେନେଇ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି । ପ୍ରମିଳା ଙ୍କ ଖବର ପାଇବା ପରେ ଜିଲା ମୂଖ୍ୟ ଚିକିତ୍ସା ଧିକାରୀ ପ୍ରମିଳା ଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିବା ସହ କଟକ ବଡ ମେଡିକାଲ କୁ ପଠାଇ ଚିକିତ୍ସା କରିବେ ବୋଲି ପ୍ରକାଶ କରିଛନ୍ତି।
ବାଇଟ-୧-ପ୍ରମିଳା ମୁଣ୍ଡା ( ରୋଗୀ)
ବାଇଟ-୨-ସୁରେଶ ମୁଣ୍ଡା ( ପ୍ରମିଳା ର ପୁଅ)
ବାଇଟ-୩- ସଞ୍ଜୟ ସାହୁ ( ସ୍ଥାନୀୟ ସ୍ୱେଚ୍ଛାସେବୀ)
ବାଇଟ-୪- ଅଶୋକ ଦାସ (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.