ETV Bharat / state

ଛାଡିନି ଶିକ୍ଷାଦାନ ନିଶା, 8 ବର୍ଷ ଧରି ମାଗଣାରେ ହେଉଛି ପାଠପଢା - ଶିକ୍ଷାଦାନ

ନିମାଇଁଙ୍କ ଘର ଅଗଣାର ଶାନ୍ତ ପରିବେଶ ପିଲାଙ୍କୁ ଯୋଗାଉଛି ପାଠ ପଢିବାର ପ୍ରକୃଷ୍ଟ ବାତାବରଣ । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ପର୍ଯ୍ୟନ୍ତ ଏଠାରେ ପିଲାଏ ପାଠ ପଢନ୍ତି । ତେବେ ସବୁଠାରୁ ନିଆରା କଥା ହେଉଛି କି ଏହି ପିଲାଙ୍କୁ ଶିକ୍ଷାଦାନ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ ନିମାଇଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Aug 8, 2019, 2:12 AM IST

ଆନନ୍ଦପୁର: ପ୍ରତ୍ୟେକଙ୍କ ଜୀବନରେ ଶିକ୍ଷାର ରହିଛି ଅନେକ ମହତ୍ତ୍ବ । ସେହି ମହତ୍ତ୍ବକୁ ବୁଝି ଅବସର ପରେ ମଧ୍ୟ ଶିକ୍ଷାଦାନ ପ୍ରତି ନିଜର ଜୀବନ ଉତ୍ସର୍ଗୀକୃତ କରିଛନ୍ତି ଜଣେ ଶିକ୍ଷକ । ଏ ହେଉଛନ୍ତି ଘସିପୁରା ବ୍ଲକ କେଶଦୂରାପାଳ ଗାଁର ନିମାଇଁ ଚରଣ ମହାରଣା । ଯିଏ ଶିକ୍ଷକଭାବେ ଅବସର ନେବା ପରେ ଏବେ ମାଗଣାରେ ଅନେକଙ୍କୁ ପଢାଉଛନ୍ତି ପାଠ ।

ନିମାଇଁଙ୍କ ଘର ଅଗଣାର ଶାନ୍ତ ପରିବେଶ ପିଲାଙ୍କୁ ଯୋଗାଉଛି ପାଠ ପଢିବାର ପ୍ରକୃଷ୍ଟ ବାତାବରଣ । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ପର୍ଯ୍ୟନ୍ତ ଏଠାରେ ପିଲାଏ ପାଠ ପଢନ୍ତି । ତେବେ ସବୁଠାରୁ ନିଆରା କଥା ହେଉଛି କି ଏହି ପିଲାଙ୍କୁ ଶିିକ୍ଷାଦାନ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ ନିମାଇଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଦିନକୁ ଦୁଇ ଓଳି ଏହିପରି ଭାବେ ପିଲାମାନଙ୍କୁ ପାଠ ପଢାଇ ଆତ୍ମତୃପ୍ତି ପାଆନ୍ତି ନିମାଇଁ । ବୟସ ତାଙ୍କର 66 ଛୁଇଁଛି ସତ ହେଲେ କମିନି ପିଲାଙ୍କୁ ପାଠ ପଢାଇବାର ନିଶା । ଏହିଭଳି ଭାବେ ସେ ଗତ 8 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିଆସୁଛନ୍ତି । କେବଳ ସେତିକି ନୁହେଁ ଅସହାୟ ଲୋକଙ୍କ ପ୍ରତି ମଧ୍ୟ ନିମାଇଁଙ୍କର ରହିଛି ଶ୍ରଦ୍ଧା । ନିଜ ପେନସନ ଟଙ୍କାରୁ ଘର ଖର୍ଚ୍ଚକୁ ବାଦ୍‌ ଦେଲେ କିଛି ଅଂଶ ସେ ଦାନ କରନ୍ତି ଏହି ଅସହାୟମାନଙ୍କୁ ।

ନିମାଇଁଙ୍କର ଏହି ସମାଜ ସେବା ବର୍ତ୍ତମାନର ପୀଢି ପାଇଁ ଏକ ମାର୍ଗଦର୍ଶନ ସଦୃଶ । ବର୍ତ୍ତମାନ ସମୟରେ ଲୋକେ ନିଜ ପରିବାରକୁ ପଚାରୁ ନଥିବା ବେଳେ ଏପରି ସମାଜସେବା କରି ନିମାଇଁ ସୃଷ୍ଟି କରିଛନ୍ତି ନୂତନ ଦିଗଦର୍ଶନ । ଅବସର ପରେ ଘର ଅଗଣା ତାଙ୍କ ପାଇଁ ପାଲଟିଛି କର୍ମଭୂମି । ମାଗଣାରେ ଉପକୃତ ହେଉଛନ୍ତି ବହୁ ଛାତ୍ରଛାତ୍ରୀ । ୬୬ ବର୍ଷ ବୟସରେ ମଧ୍ୟ ଥକି ନଥିବା ନିମାଇଁ ସାର ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚିତ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

030819_AND_PKG_Adrasa Sikhyak_R_

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.