କେନ୍ଦୁଝର: ଜିଲ୍ଲା ପାଟଣାନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକକୁ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏଥିରେ ଏଡ଼ିଏମଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ନିର୍ବାଚନ ମଣ୍ଡଳୀର ଉନ୍ନୟନ ବିଭାଗ କାର୍ଯ୍ୟ ଗୁଡିକ ଶିକ୍ଷା, ସ୍ବାସ୍ଥ୍ୟ,ଉଦ୍ୟାନ,କୃଷି,ଜଳସେଚନ ବିଭାଗ,ବିଦ୍ୟୁତ ବିଭାଗ,ଉପରେ ସମୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ଡାକ୍ତରଙ୍କ ବଦଳି ପରେ ଖାଲି ପଦବୀ ପଡିଥିବାକୁ ନେଇ ଆଗାମୀ ୧୫ତାରିଖ ପାଟଣା ବନ୍ଦ ଡାକରା ଦିଆଯାଇଛି ।
ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇ ଡାକ୍ତର ନିଯୁକ୍ତ ହେବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷା କ୍ଷେତ୍ରରେ ଚାରିପାଟଣା, ସାହାରପଡା,ଚମ୍ପୁଆ,ଝୁମ୍ପୁରା ବ୍ଲକର ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସକୁ ନେଇ ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ଥିବା ଶିକ୍ଷା ପଦାଧିକାରୀ ଆଲୋଚନା କରିଥିଲେ। ପାଟଣାମୁଖ୍ୟ ବଜାରରେ ସରକାରୀ ବିଦେଶୀ ମଦକୁ ଉଚ୍ଛେଦ ପାଇଁ ବଡ଼ପାଟଣା ଗ୍ରାମପଞ୍ଚାୟତ ତରଫରୁ ସରପଞ୍ଚ ଏଡିଏମଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ। ଏହି ପାଟଣା ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକରେ ଚାରୋଟି ବ୍ଲକରୁ ବିଭିନ୍ନ ଉନ୍ନୟନ ବିଭାଗରୁ ପଦାଧିକାରୀମାନେ ଯୋଗ ଦେଇଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ