ETV Bharat / state

ଟଙ୍କା ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ: ଚିକିତ୍ସା ପାଇଁ ଅର୍ଥ ଦେଲାନି ଭଉଣୀ, ଗୁଳି କଲା ସଇତାନ ଭାଇ

ଟଙ୍କା ନଦେବାରୁ ଭାଇ ଗୁଳିରେ ପ୍ରାଣ ହରାଇଲା ଭଉଣୀ । କେନ୍ଦୁଝର ଜିଲ୍ଲାରେ ଘଟିଛି ଏଭଳି ସ୍ପର୍ଶକାତର ଘଟଣା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 6, 2023, 6:12 PM IST

a man allegedly shot dead his sister
ଭଉଣୀର ଜୀବନ ନେଲା ଭାଇ
ଭଉଣୀର ଜୀବନ ନେଲା ଭାଇ

କେନ୍ଦୁଝର: ଭାଇ-ଭଉଣୀ ସମ୍ପର୍କ ସବୁ ସମ୍ପର୍କଠୁ ଊର୍ଦ୍ଧ୍ବରେ । ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ବଚନ ନିଏ ଭଉଣୀ । ଭାଇ ସାଥିରେ ଥିଲେ ଦୁନିଆକୁ ଡରେନି ଭଉଣୀ । କିନ୍ତୁ ଏଠି ସାମାନ୍ୟ ଟଙ୍କା ଆଗରେ ତୁଚ୍ଛ ହୋଇଛି ଭାଇର ମମତା । ଚିକିତ୍ସା ପାଇଁ ଟଙ୍କା ନଦେବାରୁ ଭାଇ ଗୁଳିରେ ପ୍ରାଣ ହରାଇଛି ଭଉଣୀ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମରେ ଘଟିଛି ଏଭଳି ସ୍ପର୍ଶକାତର ଘଟଣା । ନିଜ ଭାଇ ଗୁଳିରେ ଭଉଣୀର ଜୀବନ ଯାଇଛି ।

ସୋମଗିରି ଗ୍ରାମର ପ୍ରସନ୍ନ ବାରିକ ଗନ୍ ମ୍ୟାନ ଭାବେ କାର୍ଯ୍ୟ କରନ୍ତି । ତାଙ୍କର କିଛି ଦିନ ହେବ ଦେହ ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ପରିମାଣର ଅର୍ଥ ନଥିଲା । ତେଣୁ ସେ ତାଙ୍କ ଭଉଣୀ ମାଳତୀ ବାରିକଙ୍କୁ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ । କିନ୍ତୁ ଭଉଣୀ ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଥିଲେ । ତେବେ ଭଉଣୀ ମନା କରିବାରୁ ପ୍ରବଳ ରାଗିଯାଇଥିଲେ ପ୍ରସନ୍ନ । ଆଉ ରାଗ ଜର୍ଜରିତ ହୋଇ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଭଉଣୀକୁ ଗୁଳି ମାରି ଦେଇଥିଲେ ।

ଗୁଳିକାଣ୍ଡ ପରେ ଘଟଣା ସ୍ଥଳରେ ହିଁ ମାଳତୀଙ୍କ ଜୀବନ ଯାଇଥିବା ଜଣାପଡିଛି । ଆଉ ଏଭଳି ଘଟଣା ପରେ ପ୍ରସନ୍ନ ଏନେଇ ନିଜ ପରିବାରଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ତୁରନ୍ତ ପଣ୍ଡାପଡା ଥାନାକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିଥିବାବେଳେ ମାଳତୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଳୟରେ ଭର୍ତ୍ତି କରିବାବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ପୋଲିସ ପ୍ରସନ୍ନଙ୍କୁ ଗିରଫ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ଏହା ବି ପଢନ୍ତୁ...ଭାଉଜକୁ ଗୁଳି କଲା ଦିଅର, ଭାଇ ନାଁରେ ଏତଲା ଦେଲା ଭାଇ

ପାରିବାରିକ କଳହ କିମ୍ବା ଅନ୍ୟ କୌଣସି ସମସ୍ୟା ଯୋଗୁ ଅନେକ ସମୟରେ ଏହିଭଳି ଘଟଣା ନଜରକୁ ଆସୁଛି । ଗତ କିଛି ଦିନ ତଳେ, ବଲାଙ୍ଗୀରରେ ପାରିବାରିକ କଳହରୁ ଭାଉଜକୁ ମରଣାନ୍ତକ ଆକ୍ରମଣ କରିଥିଲା ଦିଅର । ଭାଇ କୌଣସି କାମରେ ବାହାରକୁ ଯାଇଥିବାବେଳେ ଭାଉଜ ଏକୁଟିଆ ଥିବାର ସୁଯୋଗ ନେଇ ସେ ତାଙ୍କୁ ପକ୍ଷୀ ମରା ବନ୍ଧୁକରେ ଆକ୍ରମଣ କରିଥିଲା । ପରେ ସ୍ବାମୀ ଘରକୁ ଫେରିବା ପରେ ପତ୍ନୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦେଖି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ।

ସେହିପରି ଲାଇସେନ୍ସ ବନ୍ଧୁକପ୍ରାପ୍ତ ବ୍ୟକ୍ତି ଅନେକ ସମୟରେ ତାହାର ଅପବ୍ୟବହାର କରୁଥିବା ଦେଖଇବାକୁ ମିଳିଛି । ପୂର୍ବରୁ ଜଣେ ଅବସରପ୍ରାପ୍ତ ଯବାନ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଳିମାରି ନିଜେ ଜୀବନ ହାରିଥିବାବେଳେ ବର୍ତ୍ତମାନ କେନ୍ଦୁଝରରୁ ସେହିପରି ଏକ ଘଟଣା ସାମନାକୁ ଆସିଛି । ଉଭଣୀ ଟଙ୍କା ନଦେବାରୁ ଭାଇ ସାଜିଛି ବଇରି । ଆଉ ନିଜ ବନ୍ଧୁକରୁ ଗୁଳି ଚଳାଇ ଭଉଣୀର ଜୀବନ ନେଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.