ଆନନ୍ଦପୁର: ନ୍ୟାୟ ପାଇବା ପାଇଁ ଥାନାରେ ଅସହାୟ ବିଧବା ବୃଦ୍ଧା । ଝିଅ ଜ୍ବାଇଁ ଘରୁ ମାଡ଼ ମାରି ବାହାର କରି ଦେଇଛନ୍ତି । ଲକଡାଉନ ସମୟରେ କୁଆଡ଼େ ଯିବି, କଣ ଖାଇବି କହି ଥାନା ଆଗରେ ଗୁହାରୀ କରିଛନ୍ତି ବୃଦ୍ଧା । ଏମିତି ଦୁଖଃଦ ଘଟଣା ଘଟିଛି କେନ୍ଦୁଝର ଘସିପୁରା ଥାନା ସଟତିରା ଗ୍ରାମରେ ।
ଗ୍ରାମର ସାରଥି ସାମଲଙ୍କ ସ୍ବାମୀ ମଲା ପରେ ୩ ଝିଅଙ୍କୁ ବାହା କରାଇଦେଇଥିଲେ । ସାରଥୀ ନିଜ ଘରେ ବଡ଼ ଝିଅ ମାମୁନି ଚକ୍ର ଏବଂ ତାର ସ୍ଵାମୀଙ୍କ ପାଖରେ ଦୀର୍ଘ ଦିନ ହେବ ରହି ଆସୁଥିଲେ । ହେଲେ ସମ୍ପତ୍ତି ଦାବି କରି ସୋମବାର ସକାଳେ ବୃଦ୍ଧାଙ୍କୁ ମାଡ଼ ମାରିଥିଲେ ଝିଅ ଜ୍ବାଇଁ । ବୃଦ୍ଧା ଜଣକ କୌଣସି ମତେ ଜୀବନ ବଞ୍ଚାଇ ଘରୁ ପଳାଇ ଆସି ଘସିପୁରା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏତଲା ରଖି ତଦନ୍ତ ଜାରି ରଖିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ