ETV Bharat / state

ମୁକ୍ତା ଯୋଜନାରେ ଆଧୁନିକ ହେବ ପୌରାଞ୍ଚଳ, ଖୋଲିଲା ଅତ୍ୟାଧୁନିକ ଶିଶୁ ପାର୍କ - ମୁକ୍ତା ପ୍ରକଳ୍ପ

କେନ୍ଦୁଝରରେ ଏକ ଅତ୍ୟାଧୁନିକ ଶିଶୁ ପାର୍କ ଉଦଘାଟିତ । ଜିଲ୍ଲାପାଳ ଆଶିଷ ଠାକରେ ଏହି ଜିଲ୍ଲାରେ ପ୍ରଥମ ଅତ୍ୟାଧୁନିକ ଶିଶୁ ପାର୍କକୁ ଉଦଘାଟନ କରିଛନ୍ତି ।

ମୁକ୍ତା ପ୍ରକଳ୍ପ ଅଧିନରେ ଅତ୍ୟାଧୁନିକ ଶିଶୁ ପାର୍କ ଉଦଘାଟିତ

author img

By

Published : Oct 2, 2021, 1:11 PM IST

କେନ୍ଦୁଝର : ରାଜ୍ୟ ସରକାର ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କରୁଛନ୍ତି । ପ୍ରକଳ୍ପର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ମ ତତ୍ପର ଯୋଜନା ମଧ୍ୟରେ ମୁକ୍ତା ଯୋଜନା ଅନ୍ୟତମ । ଏହି ଯୋଜନାରେ ସହରାଞ୍ଚଳରେ ଛୋଟ ଛୋଟ ଶିଶୁଙ୍କ ପାଇଁ ଆମୋଦ ପ୍ରମୋଦର ବ୍ୟବସ୍ଥା କରାଇବା ।

ମୁକ୍ତା ପ୍ରକଳ୍ପ ଅଧିନରେ ଅତ୍ୟାଧୁନିକ ଶିଶୁ ପାର୍କ ଉଦଘାଟିତ

ଏହି ମୁକ୍ତା ଯୋଜନାରେ କେନ୍ଦୁଝର ସହର ମଣ୍ଡୁଆ ଠାରେ ଏକ ଅତ୍ୟାଧୁନିକ ଶିଶୁ ପାର୍କ ଉଦଘାଟିତ ହୋଇଛି । ଜିଲ୍ଲାପାଳ ଆଶିଷ ଠାକରେ ଏହି ଜିଲ୍ଲାରେ ପ୍ରଥମ ଅତ୍ୟାଧୁନିକ ଶିଶୁ ପାର୍କକୁ ଉଦଘାଟନ କରିଛନ୍ତି । ଏହି ପାର୍କରେ ଶିଶୁ ମାନଙ୍କ ପାଇଁ ବହୁ ପ୍ରକାରର ଖେଳ ସାମଗ୍ରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପାର୍କ ଉଦଘାଟନ ପରେ ଶିଶୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଭଳି ପାର୍କ ଜିଲ୍ଲାର ସମସ୍ତ ପୌରପାଳିକା ଗୁଡିକରେ ଆଗାମୀ ଦିନରେ ଖୋଲାଯିବ ବୋଲି ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.