ETV Bharat / state

ଲକ୍ଷାଧିକ ଟଙ୍କାର କାଠ ସହ ୮ ମାଫିଆଙ୍କୁ ଗିରଫ କଲା ବନ ବିଭାଗ

ଜଙ୍ଗଲରେ କାଠ କାଟୁଥିବାବେଳେ ୮ ଜଣଙ୍କୁ ଗିରଫ କରିଛି ତେଲକୋଇ ବନବିଭାଗ । ସମସ୍ତ ଗିରଫ ବ୍ୟକ୍ତି ଝାଡଖଣ୍ଡ ରାଜ୍ୟର ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

author img

By

Published : Dec 5, 2020, 2:58 PM IST

ଲକ୍ଷାଧିକ ଟଙ୍କାର କାଠ ସହ  ୮  ମାଫିଆଙ୍କୁ ଗିରଫ  କଲା ବନ ବିଭାଗ
ଲକ୍ଷାଧିକ ଟଙ୍କାର କାଠ ସହ ୮ ମାଫିଆଙ୍କୁ ଗିରଫ କଲା ବନ ବିଭାଗ

କେନ୍ଦୁଝର: ୮ କାଠ ମାଫିଆଙ୍କୁ ଗିରଫ ସହ ଲକ୍ଷାଧିକ ଟଙ୍କାର କାଠ ଜବତ କଲା ବନ ବିଭାଗ । ତେଲକୋଇ ରେଞ୍ଜ ଅଧିନସ୍ଥ କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରୁ ବିଳମ୍ବିତ ରାତିରେ ଜଙ୍ଗଲରେ କାଠ କାଟୁଥିବାବେଳେ ୮ ଜଣଙ୍କୁ ଗିରଫ କରିଛି ତେଲକୋଇ ବନବିଭାଗ ।

କଳାପାଟ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ରେକୁଟି ଜଙ୍ଗଲରେ କାଠ କାଟୁଥିବାବେଳେ ବନ ବିଭାଗ ଖବର ପାଇ ଚଢାଉ କରିଥିଲା ଏବଂ ଘଟଣାସ୍ଥଳରୁ କାଠ ମାଫିଆଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରିଛି । ସମସ୍ତ ଗିରଫ ବ୍ୟକ୍ତି ଝାଡଖଣ୍ଡ ରାଜ୍ୟର ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ସାଆନ୍ତରାପୁର ଗାଁକୁ କାଠ ମାଫିଆ ଏହି ଚୋରା କାଠ ଚାଲାଣ ପାଇଁ ଯୋଜନା କରୁଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.