ETV Bharat / state

ଟିପର ଧକ୍କାରେ ଚାଲିଗଲା ୮ ଗୋରୁଙ୍କ ଜୀବନ

ଟିପର ଧକ୍କାରେ ଚାଲିଗଲା ୮ ଗୋରୁଙ୍କ ଜୀବନ, ୫ ଗୋରୁଙ୍କ ଅବସ୍ଥା ଶୋଚନୀୟ । ଏହି ଦୁଃଖଦ ଘଟଣା ଘଟିଛି ବଡ଼ବିଲ ଥାନା ଅଧିନସ୍ଥ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ନିକଟରେ । ଅଧିକ ପଢନ୍ତୁ...

author img

By

Published : Oct 4, 2020, 2:09 PM IST

8 cows has dead in tipper accident, 5 injured
ଟିପର ଧକ୍କାରେ ଚାଲିଗଲା ୮ ଗୋରୁଙ୍କ ଜୀବନ, ୫ ଗୋରୁଙ୍କ ଅବସ୍ଥା ଶୋଚନୀୟ

କେନ୍ଦୁଝର: ଟିପର ଧକ୍କାରେ ଚାଲିଗଲା ୮ ଗୋରୁଙ୍କ ଜୀବନ, ୫ ଗୋରୁଙ୍କ ଅବସ୍ଥା ଶୋଚନୀୟ । ଏହି ଦୁଃଖଦ ଘଟଣା ଘଟିଛି ବଡ଼ବିଲ ଥାନା ଅଧିନସ୍ଥ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ନିକଟରେ । ଗତକାଲି(ଶନିବାର) ଲଗାଣ ବର୍ଷା ପରେ କାଦୁଅରୁ ରକ୍ଷା ପାଇବା ପାଇଁ କିଛି ଗୋରୁ ଭଦ୍ରାସାହି-ବଡ଼ବିଲ ରାଜ୍ୟ ରାଜପଥ ଉପରକୁ ଆସି ଆଶ୍ରୟ ନେଇଥିଲେ । ତେବେ ଆଜି ସକାଳୁ ଏକ ଆଇରନ୍ ଫାଇନ୍ସ ବୋଝେଇ ଟିପର ଦ୍ରୁତ ଗତିରେ ଆସି ଗୋରୁ ପଲଙ୍କ ଉପରକୁ ମାଡ଼ି ଯାଇଥିଲା ।

ଘଟଣା ସ୍ଥଳରେ ୮ଟି ନିରୀହ ଗୋରୁଙ୍କ ଜୀବନ ଚାଲିଯାଇଥିବା ବେଳେ, ୫ଟି ଗୋରୁ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ତେବେ ଏହି ୫ଟି ଗୋରୁଙ୍କ ଅବସ୍ଥା ଏବେ ଶୋଚନୀୟ ଥିବା ଜଣାପଡ଼ିଛି । ସେପଟେ ଘଟଣା ସ୍ଥଳରେ ଟିପରକୁ ଛାଡ଼ି ଡ୍ରାଇଭର ଖସି ପଳାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଗୋରୁମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.