ETV Bharat / state

7 ଦୁର୍ଦ୍ଦାନ୍ତ ଡକାୟତ ଗିରଫ, 2 ବନ୍ଧୁକ ଜବତ

author img

By

Published : Mar 17, 2020, 3:17 PM IST

Updated : Mar 18, 2020, 7:07 AM IST

ଡକାୟତି ଘଟଣାରେ ଫେରାର ଥିବା 7 ଡକାୟତକୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ 2 ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

7 robbers arrested with guns and ammunition seized in mayurbhanj
7 ଡକାୟତ ଗିରଫ ବନ୍ଧୁକ ଓ ଗୁଳି ଜବତ

କେନ୍ଦୁଝର: ଦୁଇଟି ବନ୍ଧୁକ ସହ ୭ ଡକାୟତ ଗିରଫ । ତୁରମୁଙ୍ଗା ପୋଲିସକୁ ଏକ ଡକାୟତି ଘଟଣାରେ ମିଳିଛି ବଡ଼ ସଫଳତା । ତୁରମୁଙ୍ଗା ଥାନା ଅଧିନସ୍ଥ ଝାରବେଡା ଗ୍ରାମରେ ମାର୍ଚ୍ଚ ୧୪ ରାତିରେ କ୍ଷୀରୋଦ ବେହେରାଙ୍କ ଘରେ ଡକାୟତି ହୋଇଥିଲା । ସେ ଶୋଇଥିବା ବେଳେ ଚାରିଜଣ ସଶସ୍ତ୍ର ଡକାୟତ ଘରେ ପଶି କ୍ଷୀରୋଦଙ୍କ ପରିବାରକୁ ଆକ୍ରମଣ କରି କ୍ଷତାକ୍ତ କରିଥିଲେ ଏବଂ ସହ ତାଙ୍କ ଘରୁ ଗୁରୁତ୍ବପୂର୍ଣ କାଗଜ, ସୁନା ଓ ଟଙ୍କା ଲୁଟି ପଳାଇଥିଲେ ।

7 ଦୁର୍ଦ୍ଦାନ୍ତ ଡକାୟତ ଗିରଫ, 2 ବନ୍ଧୁକ ଜବତ

ଏହି ଘଟଣାରେ ତୁରମୁଙ୍ଗା ପୋଲିସ ପଡୋଶୀ ଝାରଖଣ୍ଡ ଥାନା, କେନ୍ଦୁଝର ଘଗାରବେଡା ଥାନା ଓ ତୁରମୁଙ୍ଗା ଥାନା ଅଞ୍ଚଳରୁ ୭ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ଘଟଣାରେ ବ୍ୟବହୃତ ୩ଟି ମୋଟରସାଇକେଲ, ଦୁଇଟି ଦେଶୀ ବନ୍ଧୁକ, ୩ ଟି ଜୀବନ୍ତ ଗୁଳି ଏବଂ ୨ଟି ମୋବାଇଲ ଜବତ କରିଛି ତୁରମୁଙ୍ଗା ପୋଲିସ । ଏହି ଘଟଣାରେ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 18, 2020, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.