ETV Bharat / state

ଚୋରା ଲୁହା ପିଲେଟ ଚାଲାଣରେ ୬ ଗିରଫ, ୬ ଟିପର ଜବତ

ଲୁହା ପିଲେଟ ଚାଲାଣ ବେଳେ ଝାଡ଼ଖଣ୍ଡ ଚାଇଁବସାରୁ ୬ଟି ଟିପରକୁ ଧରିଲା ବଡ଼ବିଲ ପୋଲିସ । ଜବତ ହୋଇଥିବା 60 ଟନ୍ ପିଲେଟର ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

author img

By

Published : Jan 21, 2020, 7:48 PM IST

iron palet seized
ଲୁହା ପିଲେଟ୍ ଚାଲାଣ ଅଭିଯୋଗରେ 6 ଗିରଫ

କେନ୍ଦୁଝର: ଝାଡ଼ଖଣ୍ଡକୁ ଚୋରା ଲୁହା ପିଲେଟ (ଲୁହାପଥର ଗୁଲି) ଚାଲାଣର ପର୍ଦାଫାସ କଲା ପୋଲିସ। ଲୁହା ପିଲେଟ ଚାଲାଣ ବେଳେ ଝାଡ଼ଖଣ୍ଡ ଚାଇଁବାସାରୁ ୬ଟି ଟିପରକୁ ଧରିଲା ବଡ଼ବିଲ ପୋଲିସ । ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୨୦ହଜାର ଟଙ୍କା, ଚାଲାଣ, ରିସିଭିଂ ରେଜିଷ୍ଟର ଓ ଏକ ମୋବାଇଲ ଫୋନ ଜବତ୍ କରାଯାଇଛି ।

ଚୋରା ଲୁହା ପିଲେଟ୍ ଚାଲାଣ

ଜବତ ହୋଇଥିବା 60 ଟନ୍ ପିଲେଟର ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗତ ୧୮ ତାରିଖ ରାତିରେ ବଡ଼ବିଲ ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଜେ.ବି. ନ୍ୟାସନାଲ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥା ମାଧ୍ୟମରେ ନିକଟବର୍ତୀ ବଡ଼ା ଜାମୁଦା ରେଳ ସାଇଡିଂକୁ ପିଲେଟ୍ ପରିବହନ କରାଯାଉଥିଲା ।

ଏନେଇ ବଡ଼ବିଲ ପୋଲିସ ଖବର ପାଇବା ପରେ ଟିପର ଗୁଡ଼ିକୁ ପିଛା କରି ଝାଡ଼ଖଣ୍ଡ ଚାଇଁବାସା ନିକଟରୁ ଧରିବାରେ ସକ୍ଷମ ହୋଇଥିଲେ ହେଁ, ସମସ୍ତ ୬ଜଣ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଘଟଣାର ଛାନଭିନ ଚଳାଇ ପୋଲିସ ମଙ୍ଗଳବାର ୩ ଜଣ ଟିପର ଡ୍ରାଇଭରଙ୍କୁ ଗିରଫ କରିବା ସହ ୨ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଓ ୨ଜଣ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗିରଫ କରିଛି । ଘଟଣା ପରେ ଟିପର ମାଲିକମାନେ ଫେରାର ଥିବା ପୋଲିସ କହିଛି । ପ୍ଲାଣ୍ଟ କର୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ବଡ଼ବିଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ସେପଟେ ଫେରାର ଡ୍ରାଇଭର ଗାଡ଼ି ମାଲିକ ଏବଂ ଚୋରା କାରବାରର ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ପୋଲିସ କହିଛି ।

ତେବେ ଚୋରା ଚାଲାଣ ପଛରେ ଜେ.ବି. ନ୍ୟାସନାଲ ଟ୍ରାନ୍ସପୋର୍ଟ ପରିବହନ ସଂସ୍ଥାର ସିଧାସଳଖ କିଛି ସଂପୃକ୍ତି ରହିଛି ନା ନାହିଁ ଏବଂ ଆଉ କେଉଁମାନେ ଏହି ଚୋରା କାରବାରରେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଶ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ୍ :ଝାଡ଼ଖଣ୍ଡକୁ ପେଲ୍ଲେଟ୍ ଚୋରା ଚାଲାଣ ଅଭିଯୋଗ, ୬ ଟିପର ଜବତ୍‌, ୬ ଗିରଫ୍‌Body:ଆଙ୍କର - ପେଲ୍ଲେଟ୍ (ଲୁହାପଥର ଗୁଲି) ଚୋରା ଚାଲାଣ ବେଳେ ଝାଡ଼ଖଣ୍ଡ ଚାଇଁବାସାରୁ ୬ଟି ଟିପରକୁ ଧରିଲା ବଡ଼ବିଲ ପୋଲିସ । ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ନଗଦ ୨୦ହଜାର ଟଙ୍କା, ଚାଲାଣ, ରିସିଭିଂ ରେଜିଷ୍ଟର ଓ ଏକ ମୋବାଇଲ୍ ଫୋନକୁ ଜବତ୍ କରାଯାଇଛି । ଗତ ୧୮ ତାରିଖ ରାତିରେ ବଡ଼ବିଲ ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ ପ୍ଲାଂଟରୁ ଜେ.ବି. ନେସନାଲ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥା ମାଧ୍ୟମରେ ନିକଟବର୍ତୀ ବଡ଼ା ଜାମୁଦା ରେଳ ସାଇଡିଂକୁ ପେଲ୍ଲେଟ୍ ପରିବହନ କରାଯାଉଥିଲା । ତେବେ ଚଂଚକତା କରି ଏହି ଟିପର ଗୁଡ଼ିକ ବଡ଼ା ଜାମୁଦା ରେଳ ସାଇଡିଂରେ ପେଲ୍ଲେଟ୍ ଅନଲୋଡ୍ କରିବା ପରିବର୍ତେ ସେଠାରେ ସାଇଟ୍ ରିସିଭ୍ ଦେଖାଇବା ସହ ଏହି ପେଲ୍ଲେଟକୁ ଝାଡ଼ଖଣ୍ଡର କାଣ୍ଡରା ଅଂଚଳକୁ ଚୋରା ଚାଲାଣ କରୁଥିଲେ । ଏନେଇ ବଡ଼ବିଲ ପୋଲିସ ଖବର ପାଇବା ପରେ ଟିପର ଗୁଡ଼ିକୁ ପିଛା କରି ଝାଡ଼ଖଣ୍ଡ ଚାଇଁବାସା ନିକଟରୁ ଧରିବାରେ ସକ୍ଷମ ହୋଇଥିଲେହେଁ, ସମସ୍ତ ୬ଜଣ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲେ । ଜବତ୍ ୬୦ ଟନ୍ ପେଲ୍ଲେଟର ମୂଲ୍ୟ ୩.୫(ସାଢ଼େ ତିନି)ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାର ଛାନଭିନ ଚଳାଇ ପୋଲିସ ଆଜି ୩ ଜଣ ଟିପର ଡ୍ରାଇଭରଙ୍କୁ ଗିରଫ୍ କରିବା ସହ ୨ଜଣ ଟ୍ରାନ୍ସପୋର୍ଟ ଏଜେଂଟ୍ ଓ ୨ଜଣ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗିରଫ୍ କରିଛି । ଘଟଣା ପରେ ଟିପର ମାଲିକମାନେ ଫେରାର ଥିବା ପୋଲିସ କହିଛି ।ପ୍ଲାଂଟ୍ କର୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ବଡ଼ବିଲ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ସେପଟେ ଫେରାର ଡ୍ରାଇଭର ଗାଡ଼ି ମାଲିକ ଏବଂ ଚୋରା କାରବାରର ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ପୋଲିସ କହିଛି । ତେବେ ଚୋରା ଚାଲାଣ ପଛରେ ଜେ.ବି. ନେସନାଲ ଟ୍ରାନ୍ସପୋର୍ଟ ପରିବହନ ସଂସ୍ଥାର ସିଧାସଳଖ କିଛି ସଂପୃକ୍ତି ରହିଛି ନା ନାହିଁ ଏବଂ ଆଉ କେଉଁମାନେ ଏହି ଚୋରା କାରବାରରେ ସଂଶ୍ଳିଷ୍ଟ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.