ETV Bharat / state

6 ଆନ୍ତରାଜ୍ୟ ଡକାୟତ ଗିରଫ, ବହୁ ମାରଣାସ୍ତ୍ର ଜବତ - ଅନ୍ତଃରାଜ୍ୟ ଡକାୟତ ଗିରଫ

ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା କେନ୍ଦୁଝର ପୋଲିସ । 6 ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରିବାରେ ସଫଳ ହେଲା ପୋଲିସ । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 25, 2019, 2:59 PM IST

Updated : Sep 25, 2019, 4:33 PM IST

କେନ୍ଦୁଝର: ଜିଲ୍ଲା ପୋଲିସି ବଡ ସଫଳତା । ମଙ୍ଗଳବାର ରାତିରେ ତୁରୁମୁଙ୍ଗା ଥାନା ବାଉଁସୁଲି ଜଙ୍ଗଲରେ କିଛି ଲୋକ ଏକାଠି ହୋଇଥିବା ପୋଲିସ କୁ ଖବର ମିଳିଥିଲା । ରାତିରେ ରିଜର୍ଭ ଜଙ୍ଗଲ ରେ ଏତେ ଲୋକ ଏକାଠି ହେବା ଖବର ପାଇବା ପରେ ପୋଲିସ ଦୁଇଟି ଟିମ କରି ତାଙ୍କ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ କରି 6 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ କରିବାପରେ ତାଙ୍କ ନିକଟରୁ ୩ଟି ବନ୍ଧୁକ, ୭ ଟି ଜୀବନ୍ତ ଗୁଳି, ଭୁଜାଲି, ଫାରସା, ୫ଟି ମୋବାଇଲ ଜବତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତଦନ୍ତ ଜଣାପଡିଥିଲା ଏମାନେ ଓଡିଶା ଓ ଝାରଖଣ୍ଡ ର ବିଭିନ୍ନ ଜାଗାରେ ଚୋରି ଓ ଡକାୟତିରେ ସମ୍ପୃକ୍ତ ଥିଲେ । ଏହି ଡକାୟତ ଙ୍କ ଭିତରେ ଝାରଖଣ୍ଡ, କେନ୍ଦୁଝର ର ଢେକିଂକୋଟ, ଘଟଙ୍ଗା, ପାଟଣା ଅଂଚଳ ର ଯୁବକ ମାନଙ୍କ ସମ୍ପୃକ୍ତି ରହିଛି । ଏମାନଙ୍କ ନେତୃତ୍ୱ ନେଉଥିଲେ ଢେଙ୍କିକୋଟ ର ଗୋବିନ୍ଦ ଗିରି । ଏମାନଙ୍କ ବିରୋଧରେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା, ଚମ୍ପୁଆ, ପାଟଣା, ଘଟଙ୍ଗା କେନ୍ଦୁଝର ଟାଉନଥାନା ସହ ମୟୁରଭଞ୍ଜ ଘାଗରବେଡା ସହ ଝାରଖଣ୍ଡ ର ବହୁ ଥାନାରେ ବହୁ ମାମଲା ରହିଛି ।

ପୋଲିସ ଡକାୟତ ଙ୍କୁ ପଚରା ଉଚାର କରିବା ପରେ ଝାରଖଣ୍ଡ ଅଂଚଳ ର ମାଣିକର ନାଏକ ବନ୍ଧୁକ ଯୋଗାଉ ଥିବାବେଳେ ସୁକାନ୍ତ ନାଏକ, ବିଷ୍ଣୁ ସେନାପତି, ଅମୂଲ୍ୟ ପାତ୍ର କେନ୍ଦୁଝର ରେ ରହି ଟଙ୍କା ଅଣୁଥିବା ବ୍ୟକ୍ତି ଙ୍କ ବିଷୟରେ ଖବର ଦେଇ ଡକାୟତି କରୁଥିଲେ ବୋଲି ସୂଚନା ମିଳିଛି । ଏହି ଡକାୟତ ମାନେ ପାଟଣା ଅଂଚଳରୁ 1ଲକ୍ଷ 93 ହଜାର ଟଙ୍କା, ତୁରୁମୁଙ୍ଗା ଥାନା ଡାବରଚୁଆ ଅଞ୍ଚଳ ରୁ 92ହଜାର ଟଙ୍କା, ଟାଉନ ଥାନା ଡିମ୍ବ ଗାଁ ନିକଟରୁ ଏକ ସିମେଣ୍ଟ ବ୍ୟବସାୟୀ ଙ୍କ ଠାରୁ ବନ୍ଧୁକ ମୁନରେ 15ହଜାର ଟଙ୍କା,ଝାରଖଣ୍ଡ ମଝିଗାଁ ଅଞ୍ଚଳ ରୁ 50 ହଜାର ଟଙ୍କା ଲୁଟ ମାମଲାରେ ସମ୍ପୃକ୍ତ ରହିଛନ୍ତି । ଏହାସହିତ ସୂଚନା ମୁତାବକ କେନ୍ଦୁଝର ଓ କରଞ୍ଜିଆ ଅଂଚଳରୁ ବାଇକି ଚୋରି କରି ଚୋରା ବାଇକ ଗୁଡିକ ଲୋକ ମାନଙ୍କୁ ବିକ୍ରି କରିଥାନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଛଅ ଆନ୍ତରାଜ୍ୟ ଡକାୟତ ଗିରଫ । ବହୁ ମାରଣାସ୍ତ୍ର ଜବଦ Body:ଆଙ୍କର- କେନ୍ଦୁଝର ପୋଲିସି କୁ ମିଳିଛି ବଡ ଧରଣର ସଫଳତା । ଗତ କାଲି ରାତିରେ ତୁରୁମୁଙ୍ଗା ଥାନା ବାଉଁସୁଲି ଜଙ୍ଗଲ ରେ କିଛି ଲୋକ ଏକାଠି ହୋଇଥିବା ପୋଲିସ କୁ ଖବର ମିଳିଥିଲା । ରାତିରେ ରିଜର୍ଭ ଜଙ୍ଗଲ ରେ ଏତେ ଲୋକ ଏକାଠି ହେବା ଖବର ପାଇବା ପରେ ପୋଲିସ ଦୁଇଟି ଟିମ କରି ତାଙ୍କ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ କରି 6 ଜଣଙ୍କୁ ଗିରଫ କରିବାକୁ ସଫଳ ହୋଇଥିଲେ । ଗିରଫ କରିବାପରେ ତାଙ୍କ ନିକଟରୁ ୩ଟି ବନ୍ଧୁକ, ୭ ଟି ଜୀବନ୍ତ ଗୁଳି,ଭୁଜାଲି, ଫାରସା,୫ଟି ମୋବାଇଲ ଜବଦ ହୋଇଥିଲା । ତଦନ୍ତ ରୁ ଜଣାପଡିଥିଲା ଏମାନେ ଓଡିଶା ଓ ଝାରଖଣ୍ଡ ର ବିଭିନ୍ନ ଜାଗାରେ ଚୋରି ଓ ଡକାୟତି କରିଥାନ୍ତି ।ଏହି ଡକାୟତ ଙ୍କ ଭିତରେ ଝାରଖଣ୍ଡ, କେନ୍ଦୁଝର ର ଢେକିଂକୋଟ, ଘଟଙ୍ଗା, ପାଟଣା ଅଂଚଳ ର ଯୁବକ ମାନଙ୍କର ସମ୍ପୃକ୍ତି ଅଛି । ଏମାନଙ୍କ ନେତୃତ୍ୱ ନେଉଥିଲେ ଢେଙ୍କିକୋଟ ର ଗୋବିନ୍ଦ ଗିରି , ଏମାନଙ୍କ ବିରୋଧରେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା, ଚମ୍ପୁଆ, ପାଟଣା, ଘଟଙ୍ଗା କେନ୍ଦୁଝର ଟାଉନଥାନା ସହ ମୟୁରଭଞ୍ଜ ଘାଗରବେଡା ସହ ଝାରଖଣ୍ଡ ର ବହୁ ଥାନାରେ ଏମାନଙ୍କ ବିରୋଧରେ ବହୁ ମାମଲା ରହିଛି ।ପୋଲିସ ଡକାୟତ ଙ୍କୁ ପଚରା ଉଚାର କରିବା ପରେ ଝାରଖଣ୍ଡ ଅଂଚଳ ର ମାଣିକର ନାଏକ ବନ୍ଧୁକ ଯୋଗାଉ ଥିବାବେଳେ ସୁକାନ୍ତ ନାଏକ, ବିଷ୍ଣୁ ସେନାପତି, ଅମୂଲ୍ୟ ପାତ୍ର କେନ୍ଦୁଝର ରେ ରହି ଟଙ୍କା ଅଣୁଥିବା ବ୍ୟକ୍ତି ଙ୍କ ବିଷୟରେ ଖବର ଦେଇ ଡକାୟତି କରନ୍ତି । ଏହି ଡକାୟତ ମାନେ ପାଟଣା ଅଂଚଳରୁ 1ଲକ୍ଷ 93 ହଜାର ଟଙ୍କା, ତୁରୁମୁଙ୍ଗା ଥାନା ଡାବରଚୁଆ ଅଞ୍ଚଳ ରୁ 92ହଜାର ଟଙ୍କା, ଟାଉନ ଥାନା ଡିମ୍ବ ଗାଁ ନିକଟରୁ ଏକ ସିମେଣ୍ଟ ବ୍ୟବସାୟୀ ଙ୍କ ଠାରୁ ବନ୍ଧୁକ ମୁନରେ 15ହଜାର ଟଙ୍କା,ଝାରଖଣ୍ଡ ମଝିଗାଁ ଅଞ୍ଚଳ ରୁ 50 ହଜାର ଟଙ୍କା ଲୁଟ କରିଛନ୍ତି । ଏହା କେନ୍ଦୁଝର ଓ କରଞ୍ଜିଆ ଅଂଚଳରୁ ବାଇକି ଚୋରି କରି ଡକାୟତି କରିବା ସହ ଚୋରି ବାଇକ ଗୁଡିକ ଲୋକ ମାନଙ୍କୁ ବିକ୍ରି କରିଥାନ୍ତି ।

ବାଇଟ-ସୁରେଶ ପାତ୍ର ( ଡ଼ିଏସପି, କ୍ରାଇମ)Conclusion:
Last Updated : Sep 25, 2019, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.