ଆନନ୍ଦପୁର: ପହିଲି ରଜରେ ପାଶବିକ କାଣ୍ଡ । ବାପା ସାଜିଲା ସଇତାନ । ରଜରେ 3 ଝିଅକୁ ମାରି ନିଜେ କଲା ଆତ୍ମହତ୍ୟା। ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଭଲିବସା ଗ୍ରାମରେ ।
ରଜରେ ଝୁମୁଛି ସାରା ରାଜ୍ୟ । ଏପଟେ ଗୋଟିଏ ପରିବାରର ଉଜୁଡି ଯାଇଛି ସଂସାର । ଭଲିବସା ଗ୍ରାମରେ ଗୋଟିଏ ଘରେ ତିନି ଝିଅଙ୍କ ସମେତ ବାପାର ମୃତଦେହ ଉଦ୍ଧାର ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ 3 ନାବାଳିକାଙ୍କ ମୃତଦେହ ଦେଖିବାକୁ ମିଳିଛି । ଦୁର୍ଗା ସିନ୍ଧୁ ନାମକ ଏହି ବ୍ୟକ୍ତି ନିଜର ତିନି ଝିଅଙ୍କୁ ମାରି ପରେ ଆତ୍ମହତ୍ୟା କରିଥିବା ପାଖ ପଡୋଶୀ ଅନୁମାନ କରୁଛନ୍ତି ।
ସେପଟେ ପୋଲିସ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତଦନ୍ତ ଆରମ୍ଭ କରିଛି । ସୂଚନାଥାଉକି, ଦୁର୍ଗା ସିନ୍ଧୁଙ୍କର ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିବା କୁହାଯାଉଛି ।
ଆନନ୍ଦପୁରରୁ ସ୍ମୁତିରଞ୍ଜନ ବିହାରୀ, ଇଟିଭି ଭାରତ