ETV Bharat / state

ଖରାକୁ ନାହିଁ ଖାତିର, ମତଦାନ ପାଇଁ ଅପେକ୍ଷାରେ ଭୋଟର - vote

ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ୨୯୧ ଟି ବୁଥ ଓ ଘସିପୁରା ନିର୍ବାଚନ ମଣ୍ଡଳୀ ର ୩୦୦ ବୁଥ ରେ ମତଦାନ ଚାଲିଛି । କେତେକ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି । ତେବେ ମତଦାନ ପାଇଁ ଭୋଟର ଙ୍କ ମଧ୍ୟରେ ଉତ୍ସାହ ଏବେ ବି ରହିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର
author img

By

Published : Apr 23, 2019, 2:32 PM IST

ଆନନ୍ଦପୁର : ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ୨୯୧ ଟି ବୁଥ ଓ ଘସିପୁରା ନିର୍ବାଚନ ମଣ୍ଡଳୀ ର ୩୦୦ ବୁଥ ରେ ମତଦାନ ଚାଲିଛି । କେତେକ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି । ତେବେ ମତଦାନ ପାଇଁ ଭୋଟ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର

ପ୍ରବଳ ଖରା ସତ୍ତ୍ୱେ ଲମ୍ବା ଧାଡ଼ିରେ ଭୋଟର ମାନେ ମତଦାନ ସାବ୍ୟସ୍ତ କରିବା ପାଇଁ ଅପେକ୍ଷା କରିଛନ୍ତି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଜଣା ପଡ଼ିଛି ।

ଘସିପୁରା ନିର୍ବାଚନ ମଣ୍ଡଳୀରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ପୃଥିରାଜ କୁଅଁର ଏବଂ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ଭାଗୀରଥି ସେଠୀ ଓ ଆଲୋକ ସେଠୀ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:voting start

Body:voting staet

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.